ନିଆଁରେ ପୋଡ଼ି ୧୦ ଗୋରୁ ମଇଁଷି ମୃତ

ବିନିକା,୧୨।୬(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଅଧୀନ ପଲସାପାଲି ଗାଁରେ ଚାଷଜମିରେ ଲଗାଯାଇଥିବା ନିଆଁ ଧାନ ଖଳାକୁ ବ୍ୟାପି ଗୋରୁ ମଇଁଷି ପୋଡି ଯିବା ସହ ବହୁ ପରିମାଣର କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।

ପଲସାପାଲି ଗ୍ରାମର ଚୈତନ୍ୟ ମେଲ୍ଲୀ, ସୁଦର୍ଶନ ମେଲ୍ଲୀ, କୃପା ମେଲ୍ଲୀ, ବଲି ମେଲ୍ଲୀ, କଲି ମେଲ୍ଲୀ ଓ ଅଷାଡୁ ମେଲ୍ଲୀ ତାଙ୍କ ଖଳାରେ ଗୁହାଳ ଓ ଘର ତିଆରି କରି ଗାଈ, ମଇଁଷି ପାଳନ କରୁଛନ୍ତି। ଏହା ସହ ଧାନ, ଗାଈଗୋରୁଙ୍କ ପାଇଁ ପୁଆଳ, ଚାଷ ବ୍ୟବହୃତ ସାମଗ୍ରୀ ତଥା ଅନ୍ୟାନ୍ୟ ସାମଗ୍ରୀ ରଖିଥିଲେ। ସୋମବାର ମଧ୍ୟାହ୍ନରେ କାମ ସାରି ଘରକୁ ଯାଇଥିବାବେଳେ ନିକଟସ୍ଥ ଚାଷଜମିରେ କେହି ଜଣେ ନିଆଁ ଲଗାଇ ଦେଇଥିଲେ। ସେହି ନିଆଁ ଖଳାକୁ ଚାଲିଆସି ଘର ଗୁହାଳ ପୋଡିଯିବା ସହ ଦଶଟି ଗାଈମଇଁଷି ପୋଡି ମୃତ୍ୟୁବରଣ କରିଥିଲେ। ଆମ୍ବ, ପଣସ, କଦଳୀ, ନଡ଼ିଆ ଇତ୍ୟାଦି ମୂଲ୍ୟବାନ ଗଛ ପୋଡି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।

ଖବରପାଇ ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ନନ୍ଦ, ବାବୁପାଲି ସମିତିସଭ୍ୟ ସତ୍ୟନାରାୟଣ ସୁନା, ବିଜୟ ପଧାନ ଅଗ୍ନିଶମ ବାହିନୀକୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ସବୁ ଧ୍ୱଂସ ହୋଇଥିଲା। ସେମାନେ ଜଳୁଥିବା ନିଆଁକୁ ଆୟତ୍ତ କରିଥିଲେ। କ୍ଷତିଗ୍ରସ୍ତ ଚାଷୀମାନେ ଆବଶ୍ୟକ ତଦନ୍ତ କରି ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିନିକା ଥାନାରେ ଏତଲା ଦେଇଛନ୍ତି। ନିକଟରେ ଥିବା ଚାଷୀ ଜଗଦୀଶ ପଧାନ, ମୁରଳି ମେଲ୍ଲୀଙ୍କ ସହ ଅନ୍ୟ ଚାଷୀଙ୍କ ମଧ୍ୟ କ୍ଷୟକ୍ଷତି ହୋଇଛି। ଅଞ୍ଚଳରେ ପ୍ରତ୍ୟହ ଚାଷଜମିରେ ନିଆଁ ଲଗାଯାଉଥିବା ବେଳେ ଗଛଲତା ପୋଡି ଯାଇ କ୍ଷୟକ୍ଷତି ହେଉଛି ଏବଂ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ପୋଲିସ ପ୍ରଶାସନ ପକ୍ଷରୁ ଘଟଣା ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗରିବ କ୍ଷତିଗ୍ରସ୍ତମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri