ଛତ୍ରପୁର,୧୪।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୃଦରୋଗରେ ପୀଡିତ ୧୦ଜଣ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରବିବାର ରାତିରେ ଅହମଦାବାଦ ପଠାଯାଇଛି। ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ ଯୋଜନାରେ ଅହମ୍ମଦାବାଦର ସତ୍ୟସାଇ ହୃଦ ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ହେବ। ଖୋର୍ଦ୍ଧା ରୋଡ଼ ଷ୍ଟେଶନରୁ ଟ୍ରେନ ଯୋଗେ ଶିଶୁମାନେ ଅହମ୍ମଦାବାଦ ଯାତ୍ରା ଆରମ୍ଭ କରିଛନ୍ତି। ଶିଶୁମାନେ ପୋଲସରା ବ୍ଲକ କଳମ୍ବ, ଖଲିକୋଟର ବାଲୁକେଶ୍ୱର, ବୁଗୁଡ଼ା ବ୍ଲକ ଆଦିପୁର, କବିସୂର୍ଯ୍ୟନଗରର ବାଲିଆପଲି, ବରିଡା, ଆଲିପୁର, ସିଦ୍ଧେଶ୍ୱର, କାଚରା, ଖଜୁରିଆ ଏବଂ ଖଲିକୋଟର ଏନ ବରପଲି ଗାଁର ଜଣେ ଲେଖାଏ ଶିଶୁ ରହିଛନ୍ତି।