ଅସହ୍ୟ ହେଉଛି ତାତି, ୩୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଅସହ୍ୟ ହେଉଛି ତାତି। ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏ ବୃଦ୍ଧି ପାଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଅପରାହ୍ନ ୨ଟା୩୦ ସୁଦ୍ଧା ଝାରସୁଗୁଡାରେ ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯.୬ ଡିଗ୍ରୀ, ଭୁବନେଶ୍ୱରରେ ୩୯.୦ ଡିଗ୍ରୀ, ଚାନ୍ଦବାଲିରେ ୩୯.୦ ଡିଗ୍ରୀ, ହୀରାକୁଦରେ ୩୭.୬ଡିଗ୍ରୀ ରହିଛି। ସେହିପରି ବାଲେଶ୍ୱରରେ ୩୬.୪ ଡିଗ୍ରୀ, କେନ୍ଦୁଝରରେ ୩୬.୨ ଡିଗ୍ରୀ,ପୁରୀରେ ୩୩.୬ ଡିଗ୍ରୀ, ପାରାଦୀପରେ ୩୩ ଡିଗ୍ରୀ ଏବଂ ଗୋପାଳପୁରରେ ୩୧.୬ ଡିଗ୍ରୀ ରେକର୍ଡ କରାଯାଇଛି।

Share