ବିଜେଡିରେ ମିଶିଲେ ୧୦ କଂଗ୍ରେସ ପରିବାର

ରାଜନଗର, ୯।୯ (ଭାସ୍କର ରାଉତରାୟ)

ରାଜନଗର ବିଜେଡିରେ ଏବେ ହଟଚମଟ ଜାରି ରହିଛି। ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀଙ୍କୁ ସଭାପତି ପଦରୁ ବରଖାସ୍ତ କରାଯିବା ପରେ ଦଳରେ କଂଗ୍ରେସ କର୍ମୀଙ୍କ ସାମିଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବ୍ଲକର ହାତିନା ପଞ୍ଚାୟତ ଏଣ୍ଡୁଳାପୁର ଗ୍ରାମର ୧୦ କଂଗ୍ରେସ ପରିବାର ଦଳ ତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ଗଁାର ନନ୍ଦ କିଶୋର ଦାସ, ଅଜାମ୍ବର ରାଉତ, ଉଦ୍ଧବ ଚରଣ ରାଉତ, ସଚ୍ଚିଦାନନ୍ଦ ଦାସ, କୃଷ୍ଣ ଚନ୍ଦ୍ର ରାଉତ, ଦିବାକର ସେଠୀ, ଅକ୍ଷୟ ରାଉତ, ବିଚିତ୍ର କୁମାର ସେଠୀ, ବାମନ ଚରଣ ରାଉତ, ଚନ୍ଦ୍ରମଣି ବଳ ପ୍ରମୁଖ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଛନ୍ତି। ଏଣ୍ଡୁଳାପୁରଠାରେ ପଞ୍ଚାୟତ ବିଜେଡି ସଭାପତି ଘନଶ୍ୟାମ ବଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ସାହୁ ଓ ବ୍ଲକ ବିଜେଡିର ସଭାପତି ନିରଞ୍ଜନ ରାଉତ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହାତିନା ପଞ୍ଚାୟତର ସମିତିସଭ୍ୟା ଉତ୍ତମା ସେଠୀ, କୁରୁଣ୍ଟି ସେବା ସମବାୟ ସମିତିର ସଭାପତି ଶ୍ରୀକାନ୍ତ କୁମାର ପ୍ରଧାନ, ବିଜୁ ଛାତ୍ର ଜନତା ଦଳର ସଭାପତି ମନୋଜ ମଲ୍ଲିକ, ବିଜୁ ଛାତ୍ର ଜନତା ଦଳର ଉପସଭାପତି ତଥା ୩୧ ନଂ. ଜୋନ ସୋସିଆଲ ମିଡିଆ ସଂଯୋଜକ ଅଂଶୁମାନ ପରିଡା, ବିଜୁ ଛାତ୍ର ଜନତା ଦଳର ସୋସିଆଲ ମିଡିଆ ସଂଯୋଜକ ଜୟରାମ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।