ଉପକୂଳ ଓଡ଼ିଶାରେ ଲଗାତର ୧୦ ଦିନ କୁହୁଡ଼ି: ୬ବର୍ଷରେ ପ୍ରଥମ ଘଟଣା

ଭୁବନେଶ୍ୱର,୩୧ା୧(ଅନୁରାଧା ମହାରଣା): ଉପକୂଳ ଓଡ଼ିଶାରେ ଗତ ୨୧ରୁ ୩୦ ତାରିଖ ଯାଏ ୧୦ଦିନ ଧରି ଲଗାତାର ଭାବେ ଘନ କୁହୁଡି ଅନୁଭୂତ ହେଉଛି। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟର ଉପସ୍ଥିତି ତଥା ପଶ୍ଚିମାଝଡ଼ର ଆଗମନ ଯୋଗୁ ଏପରି ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇଛି।

୨୦୧୯ରୁ ୨୦୨୫ ମଧ୍ୟରେ ପ୍ରଥମଥର ପାଇଁ ଉପକୂଳ ଓଡ଼ିଶାରେ ଏତେଦିନ ଧରି ଘନକୁହୁଡି ଦୃଶ୍ୟମାନ ହେଉଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିବାବେଳେ କୋରାପୁଟ, ଭଦ୍ରକ, ଅନୁଗୋଳ, କେନ୍ଦୁଝର ଓ କନ୍ଧମାଳ ଆଦି ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ପ୍ରଭାବ ଜାରି ରହିବ।

ଅନ୍ୟପକ୍ଷରେ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳବର୍ତ୍ତୀ ଜିଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୩.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ବରଗଡ଼ ଓ ନୂଆପଡ଼ାରେ ୧୨.୦ ଡିଗ୍ରୀ ରହିଥିଲା। ଆସନ୍ତା ୫ଦିନ ମଧ୍ୟରେ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଅଟକିଲେ ହାତୀପଲ

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ପୁତୁଲୁପାଣି ରାସ୍ତାରେ ମଙ୍ଗଳବାର ସକାଳେ ଏକ ହାତୀ ଦଳ ରାସ୍ତା ପାର ହୋଇ...

ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି: ୮ ମାର୍ଚ୍ଚରେ କେଉଁମାନେ ପାଇବେ ଟଙ୍କା, ଜାଣନ୍ତୁ

ଭୁବନେଶ୍ୱର,୨୫।୨: ୨୦୨୫ ମାର୍ଚ୍ଚ ୮ ତାରିଖରେ, ଅନ୍ତର୍ଜାତୀୟ ମହିଳା ଦିବସ ସହିତ ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ପ୍ରାୟ ୧ କୋଟି ଯୋଗ୍ୟ ମହିଳା ୫,୦୦୦...

ହଠାତ୍‌ ଥରିଲା ଘରର ଝରକା-କବାଟ, ଆଉ ତା’ ପରେ…

ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସିମୁଳିଆ, ଔପଦା, ସୋର, ଖଇରା, ବାହାନଗା, ରେମୁଣା, ନୀଳଗିରି ସମେତ...

ପ୍ରତାରଣାମୂଳକ ଯୌନ ସମ୍ପର୍କ ରଖିବା, ନାବାଳକର ଗର୍ଭପାତ କରାଇବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ

କଟକ,୨୫ା୨: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମମାମଲାରେ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଦିଆଯାଇଥିବା ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡାଦେଶର ଆଦେଶକୁ ପାଲଟାଇ ଦେଇଛନ୍ତି। ମାମଲାରେ ଅନୁଯାୟୀ...

ନେପାଳ ଛାତ୍ରଙ୍କ ଆତ୍ମହତ୍ୟା, ପ୍ରତିବାଦ, ଧମକ: KIITକୁ ରିପୋର୍ଟ ମାଗିଲା UGC

ଭୁବନେଶ୍ୱର,୨୫ା୨: ଭାରତର ସର୍ବୋଚ୍ଚ ଉଚ୍ଚଶିକ୍ଷା ନିୟାମକ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି(KIIT) ଠାରୁ ଏହାର କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରଙ୍କ...

ବ୍ୟାଗ୍‌ରେ ଭର୍ତ୍ତି କରି ନବଜାତ ଶିଶୁକୁ ଫିଙ୍ଗିଦେଲେ, କାନ୍ଦ ଶୁଭିବାରୁ…

ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥର ରୂପ୍‌ସା ଥାନା ଅନ୍ତର୍ଗତ ଧାରି ପୋଲ ନିକଟରୁ ମଙ୍ଗଳବାର ଏକ ବ୍ୟାଗ୍‌...

ମାଷ୍ଟରକ୍ୟାଣ୍ଟିନ ଛକରେ ଧକ୍କା ଦେଲା ମୋ ବସ୍‌, ୨ ଯୁବକ ଗୁରୁତର

ଭୁବନେଶ୍ୱର,୨୫।୨: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍‌। ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନ ଛକରେ ୨ଜଣ ଯୁବକଙ୍କୁ ମୋ ବସ୍‌ ଧକ୍କା ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ...

ରାଜ୍ୟ ସରକାର କଲେ ବଡ଼ ଘୋଷଣା: ଏହିଦିନ ମଧ୍ୟରେ ବିକ୍ରି କରିଦିଅନ୍ତୁ ଧାନ…

ଭୁବନେଶ୍ୱର,୨୫ା୨: ରାଜ୍ୟରେ ସରକାରଙ୍କ ପକ୍ଷରୁ ଧାନ କିଣା ଜାରି ରହିଛି। ଏହାରି ମଧ୍ୟରେ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ଡେଡ୍ ଲାଇନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image