Categories: ଜାତୀୟ

ସିଭିଲ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ; ୧୦ ରୋଗୀ ମୃତ

ମୁମ୍ବାଇ,୬।୧୧: ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ ହସ୍ପିଟାଲ ଆଇସିୟୁରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହାତ ହୋଇଛନ୍ତି। ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅନ୍ୟ ୱାର୍ଡକୁ ଯେପରି ନିଆଁ ନ ବ୍ୟାପେ ସେନେଇ ନିଆଁ ଲିଭାଇବା କାର୍ଯ୍ୟ ମଧ୍ୟ ଜାରି ରହିଛି ।

ସୂଚନାନୁସାରେ, ହସ୍ପିଟାଲ ଆଇସିୟୁରେ କୌଣସି କାରଣ ଯୋଗୁ ନିଆଁ ଲାଗିଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Share