ଆଜି ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୧୯୭କୁ ବୃଦ୍ଧି

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ସୁନ୍ଦରଗଡ଼ ଜିଲାର ୭୩ ବର୍ଷୀୟ ବ୍ୟକ୍ତି(ମଧୁମେହ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ), ଖୋର୍ଦ୍ଧାର ୫୮ ବର୍ଷୀୟ ବ୍ୟକ୍ତି(ମଧୁମେହରେ ପୀଡ଼ିତ), ଗଞ୍ଜାମର ୫୭ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱରର ୭୮ ବର୍ଷୀୟ ବୃଦ୍ଧା(ଅନ୍ୟାନ୍ୟ ରୋଗରେ ପୀଡ଼ିତ), ଯାଜପୁରର ୮୦ ବର୍ଷୀୟ ବୃଦ୍ଧ(ମଧୁମେହ ସହ ଅନ୍ୟ ରୋଗରେ ପୀଡ଼ିତ), ଗଞ୍ଜାମର ୯୪ ବର୍ଷୀୟ ବୃ୍‌ଦ୍ଧ, ୪୫ ବର୍ଷୀୟ ମହିଳା,୫୭ ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାର ୬୦ ବର୍ଷୀୟ ବୃଦ୍ଧା(ମଧୁମେହରେ ପୀଡ଼ିତ), କଳାହାଣ୍ଡି ଜିଲାର ୬୨ ବର୍ଷୀୟ ବୃଦ୍ଧ(ଅନ୍ୟ ରୋଗରେ ପୀଡ଼ିତ) କରୋନାରେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share