Categories: ଜାତୀୟ

୧୦ କୋଟି ଭାରତୀୟ ନେଇନାହାନ୍ତି ଦ୍ୱିତୀୟ ଡୋଜ୍‌ କରୋନା ଟିକା

ନୂଆଦିଲ୍ଲୀ,୨୦ା୧୦: ଗୋଟିଏ ପଟେ ଦେଶରେ ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା ବେଳେ ଅନ୍ୟପଟେ ଅଧିକାଂଶ ଲୋକ ଆଜି ପର୍ଯ୍ୟନ୍ତ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି। ନ୍ୟାଶନାଲ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଭି.କେ ପଲ କରୋନା ଦ୍ୱିତୀୟ ଡୋଜ୍‌ ନେଇ ନ ଥିବା ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବହୁତ କମ୍‌ ସଂଖ୍ୟକ ଲୋକ ଦ୍ବିତୀୟ ଡୋଜ୍‌ ଟିକା ନେଇଥିବା ସେ କହିଛନ୍ତି।

୧୦ କୋଟି ଭାରତୀୟ ଏବେ ବି ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଇନାହାନ୍ତି। ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ, ଟିକାକରଣକୁ ପ୍ରାଥମିକତା ଦେବା ଉଚିତ୍‌। କରୋନା ଟିକାର ଦ୍ବିତୀୟ ଡୋଜ୍‌ ନେବା ଦ୍ବାରା ପ୍ରତିରୋଧକ ଶକ୍ତି ବଢ଼ିଥାଏ। ମାତ୍ର ଗୋଟିଏ ଡୋଜ୍‌ କେବଳ ମାରାତ୍ମକ ଭୂତାଣୁକୁ ଆଂଶିକ ପ୍ରତିରୋଧ କରିଥାଏ। ତେଣୁ ଦ୍ୱିତୀୟ ଡୋଜ୍‌ ଟିକା ନେବା ଜରୁରୀ।

Share