Categories: ଫୁରସତ

ସପ୍ତାହରେ ଖର୍ଚ୍ଚ କରୁଛନ୍ତି ୧୦ କୋଟି

ଦୁବାଇ: ଅନେକ ଝିଅ ଏପରି ପରିବାରରେ ବିବାହ କରିବାକୁ ଚାହାନ୍ତି, ଯେଉଁଠାରେ ଟଙ୍କାର କିଛି ଅଭାବ ନ ଥିବ। ସେ ଭଲରେ ଚଳିପାରୁଥିବେ। ଜଣେ ମହିଳାଙ୍କ ସ୍ବାମୀ କୋଟିପତି ହୋଇଥିବାରୁ ସେ ଏହାର ଅଧିକ ଫାଇଦା ଉଠାଉଛନ୍ତି। ତାଙ୍କର ଏହି ଜୀବନଧାରଣକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ମହିଳା ଜଣକ ସପ୍ତାହରେ ୧୦ କୋଟି ଟଙ୍କା ଉଡାଇ ଦେଉଛନ୍ତି। ନିଜକୁ ଦୁବାଇର ଗୃହିଣୀ କହୁଥିବା ଲିଣ୍ଡା ଆଣ୍ଡଡ୍ରେ ସୋସିଆଲ ମିଡିଆରେ ଜଣେ ଇନ୍‌ଫ୍ଲ୍ୟୁଏନଶର। ସେ ଅନେକ ସମୟରେ ତାଙ୍କ ନିଜ କାହାଣୀ ଲୋକଙ୍କୁ ଶେୟାର କରିଥାନ୍ତି। ଜୋର୍ଡାନରେ ଜନ୍ମ ନେଇଥିବା ଲିଣ୍ଡା ୧୯ ବର୍ଷ ବୟସରେ କ୍ରିପ୍ଟୋ ବ୍ୟବସାୟୀ ରିକି ଆଣ୍ଡଡ୍ରେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରିକିଙ୍କ ପାଇଁ ଲିଣ୍ଡା ସଉକଭରା ଜୀବନଶୈଳୀ ବଞ୍ଚୁଛନ୍ତି। ସେ ମହଙ୍ଗା କାର୍‌ରେ ବୁଲୁଥିବାବେଳେ ରାଜମହଲ ଭଳି ଘରେ ରୁହନ୍ତି। ଯାହା ଇଚ୍ଛା ତାହା କିଣନ୍ତି। ନିକଟରେ ସେ ତାଙ୍କର ବିଳାସମୟ ଜୀବନ ବାବଦରେ ଶେୟାର କରିଛନ୍ତି। ଲିଣ୍ଡା କହିଛନ୍ତି, ତାଙ୍କ ସ୍ବାମୀ ଗତ ସପ୍ତାହରେ ତାଙ୍କୁ ୧୧.୬୬ କୋଟି ଟଙ୍କା ଦେଇଥିଲେ। ସେଥିରୁ ସେ ୧୦ କୋଟି ଟଙ୍କା ଏକ ସପ୍ତାହରେ ଶେଷ କରିଦେଇଛନ୍ତି। ତା’ ଭିତରେ ସେ ୬ ଲକ୍ଷ ଟଙ୍କାର ଚକୋଲେଟ୍‌ ଖାଇଥିବା ମଧ୍ୟ କହିଛନ୍ତି। ରିକି ଲିଣ୍ଡାଙ୍କୁ ଆଉ ୨ କୋଟି ଟଙ୍କା ଦେଇଥିଲେ, ଯାହାକୁ ସେ କକ୍‌ଟେଲରେ ଖର୍ଚ୍ଚ କରିଦେଇଥିବା କହିଛନ୍ତି। ତେବେ ସେ ଜଣେ କୋଟିପତିଙ୍କୁ ବିବାହ କରି ଖୁସି ନ ଥିବା କହିଛନ୍ତି। କାରଣ ସେ ତାଙ୍କ ମନ ମୁତାବକ କିଛି କାର୍ଯ୍ୟ କରିପାରୁନାହାନ୍ତି।

Share