ଲୋକେ ନିଜେ ଜାରି କଲେ ୧୦ ଦିନିଆ ଲକ୍‌ଡାଉନ୍‌…

ଅହମଦାବାଦ,୨୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକେ ସରକାର ଅବା ସ୍ଥାନୀୟ ପ୍ରଶାସନର ଅନୁମତି ବିନା ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଘୋଷଣା କରୁଛନ୍ତି। ଗୁଜରାଟର ଭାଲସାଡ୍‌ ସହରରେ ଲୋକେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନେଇ ୧୦ ଦିନିଆ ଲକ୍‌ଡାଉନ୍‌ ଜାରି କରିଛନ୍ତି। ସ୍ଥାନୀୟ ବ୍ୟବସାୟୀ ସଂଗଠନ ଜିଲାପାଳ ଆର୍‌.ଆର୍‌. ରାଓ୍ବଲ ଏବଂ ସ୍ଥାନୀୟ ଭାଜପା ବିଧାୟକ ଭରତ ପଟେଲଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏବେ ଭାଲସାଡ୍‌ ସହରର ଲୋକଙ୍କର କରୋନା ବିରୋଧୀ ଲଢ଼େଇରେ ଗ୍ରହଣ କରାଯାଇଥିବା ଏଭଳି ନିଷ୍ପତ୍ତି ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share