Categories: ବାଣିଜ୍ୟ

ମାଲାବାରରେ ୧୦ ଦିନିଆ ‘ସିଲ୍‌ଭର ଶୋ’

ଭୁବନେଶ୍ୱର,୧୨।୬: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ଏକ ୧୦ ଦିନିଆ ‘ସିଲ୍‌ଭର ଶୋ’ର ଆୟୋଜନ କରାଯାଇଛି। ଏହି ଶୋ ପ୍ରତିଷ୍ଠାନର ଭୁବନେଶ୍ୱରସ୍ଥିତ ଶହୀଦ ନଗର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ୨୦୨୩ ଜୁନ୍‌ ୧୮ପର୍ଯ୍ୟନ୍ତ ଏହି ଶୋ ଜାରି ରହିବ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଏଠାରେ ଗ୍ରାହକଙ୍କ ଲାଗି ବିସ୍ତୃତ ବର୍ଗର ରୁପା ଗହଣା ଓ ରୁପା ଦ୍ୱାରା ପ୍ରସ୍ତୁତ ବିଭିନ୍ନ କାରୁକାର୍ଯ୍ୟ ଭରା ସାମଗ୍ରୀ ପ୍ରଦର୍ଶିତ ସହ ବିକ୍ରୟ ମଧ୍ୟ କରାଯାଉଛି। ସେହିଭଳି ଏଠାରେ ଉଭୟ ପାରମ୍ପରିକ ଏବଂ ଅତ୍ୟାଧୁନିକ ଡିଜାଇନର ରୁପା ଗହଣାର ବ୍ୟାପକ ସମ୍ଭାର ଗ୍ରାହକମାନେ ପାଇପାରିବେ। ଏପରିକି ଗୁଣାତ୍ମକ ମାନର ଉତ୍ପାଦ ସାଙ୍ଗକୁ ଉଚିତ ମୂଲ୍ୟରେ ଚାହିଦା ମୁତାବକ ସାମଗ୍ରୀ ସହ ମାଲାବର ପକ୍ଷରୁ ଗ୍ରାହକଙ୍କୁ ୧୦ଟି ସ୍ବତନ୍ତ୍ର ପ୍ରତିଶ୍ରୃତି ମଧ୍ୟ ପ୍ରଦାନ କରାଯାଉଛି। ଅପରପକ୍ଷରେ ସାମଗ୍ରୀ ମୂଲ୍ୟରେ ସ୍ବଚ୍ଛତା, ଷ୍ଟୋନର ଓଜନ, ନେଟ ଓଜନ ଓ ଗହଣାରେ ବ୍ୟବହୃତ ଷ୍ଟୋନ ଚାର୍ଜ, ଜୀବନବ୍ୟାପୀ ମାଗଣା ମେଣ୍ଟେନାନ୍ସ, ପୁରୁଣା ସୁନାର ଶତପ୍ରତଶିତ ମୂଲ୍ୟ ପ୍ରଦାନ,ଏକ୍ସଚେଞ୍ଜ କ୍ଷେତ୍ରରେ ଶୂନ ଡିଡକ୍ସନ, ଶତପ୍ରତିଶତ ଏଚୟ୍‌ୁଆଇଡି ପ୍ରମାଣିତ ଶୁଦ୍ଧତା ବିଶିଷ୍ଟ ଗହଣା, ଆଇଜିଆଇ ଏବଂ ଜିଆଇଏ ପ୍ରମାଣପତ୍ର ଲାଭ କରିଥିବା ହୀରା, ବାଏ ବ୍ୟାକ୍‌ ଗ୍ୟାରେଣ୍ଟି, ଗୁଣବତ୍ତା ପରୀକ୍ଷଣ ପାଇଁ କ୍ୟାରେଟ ଆନାଲାଇଜର ଏବଂ ଉତ୍ତରଦାୟୀ ସହ ଅନେକ ବ୍ୟବସ୍ଥା ଉପରେ ବ୍ରାଣ୍ଡ୍‌ କାର୍ଯ୍ୟ କରୁଛି।

Share