ନିର୍ମାଣର ୧୦ ଦିନ ପରେ ଫାଟି ଆଁ

ବଇଣ୍ଡା,୧୭।୭(ପରିକ୍ଷିତ ସାହୁ): ଦୀର୍ଘ ୬ବର୍ଷ ହେବ କାମ ଚାଲୁଛି, ହେଲେ ଏହା ସମାପ୍ତ ହୋଇପାରୁନାହଁି। ଗୋଟିଏ ଠିକାସଂସ୍ଥାରୁ ଆଉ ଗୋଟିଏ ଠିଆ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି। ଏପରିକି ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ କାମ ସାରିବା ପାଇଁ ପ୍ରଶାସନିକସ୍ତରରେ ନିର୍ଦ୍ଦେଶନାମା ରହିଥିବାବେଳେ କାମ ବହୁ ମନ୍ଥର ଗତିରେ ଚାଲୁଛି। ଏପରି କି ଅନେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଯୋଗୁ ଏହା ନିର୍ମାଣ ନ ସରୁଣୁ ଫାଟି ଯାଉଥିବା ଅଭିଯୋଗ ହେଉଛି। କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳ ଜିଲା କିଶୋରନଗର ବ୍ଲକ ଲୁହାମୁଣ୍ଡାଠାରେ କରାଯାଇଥିବା ରାସ୍ତା ମାତ୍ର ୧୦ ଦିନ ହୋଇଥିବାବେଳେ ତାହା ଫାଟି ଆଁ କରିଛି। ବିଭାଗୀୟ ଅଧିକାରୀମାନେ କାମର ତଦାରଖ କରୁ ନ ଥିବା ଯୋଗୁ ରାସ୍ତାର ଅବସ୍ଥା ଏମିତି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତଦନ୍ତ କରିବା ସହ ନୂତନ ଭାବେ ଆଉ ଥରେ ରାସ୍ତା ନିର୍ମାଣ କରିବା ପାଇଁ ଲୁହାମୁଣ୍ଡା ଅଞ୍ଚଳ ଯୁବଗୋଷ୍ଠୀ ପକ୍ଷରୁ ଜିଲାପ୍ରଶାସନ ନିକଟରେ ମଙ୍ଗଳବାର ଅଭିଯୋଗପତ୍ର ମାଧ୍ୟମରେ ଦାବି କରାଯାଇଛି।
ଅଭିଯୋଗପତ୍ରରେ ଦର୍ଶାଯାଇଛି, କିଶୋରନଗର ବ୍ଲକର ଜାମୁନାଳିଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ୪୦ କିମି ନିର୍ମାଣାଧୀନ ରାସ୍ତା ସମ୍ପୂର୍ଣ୍ଣ ହୋଇପାରୁନାହଁି। ରାସ୍ତାର ୮୦ ପ୍ରତିଶତ କାମ ହୋଇସାରିଥିବା ବେଳେ ଆଉ ୨୦ ପ୍ରତିଶତ ଶେଷ ହୋଇପାରି ନାହଁି। ହେଲେ ଏହା ୨୦ଟି ସ୍ଥାନରେ ଫାଟି ଯାଇଥିବା ଦେଖାଯାଇଛି। ବହୁବାର ଠିକାସଂସ୍ଥା ବିରୋଧରେ ଅଞ୍ଚଳବାସୀ ଜିଲାପ୍ରଶାସନଠାରୁ ଆରମ୍ଭ କରି ଜାତୀୟ ରାଜପଥ ବିଭାଗଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜାତୀୟ ରାଜପଥର କମରେଇ ଠାରେ ପ୍ରଥମେ ରାସ୍ତା ଫାଟି ଯାଇଥିବାବେଳେ କିଛିଦିନ ହେବ ପାଗବନ୍ଦା, ରାଣୀଭୂଇଁ, କମରେଇ, ନୂଆଭୂଇଁ, ବଇସିଣା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ, ହଣ୍ଡପା, ଠେଲକନାଳି, ଡେବେରାପାଲି ଆଦି ସ୍ଥାନରେ ରାସ୍ତାରେ ଫାଟ ଦେଖାଯାଉଛି। ରାସ୍ତା ୩ ରୁ ୪ ମିଟର ଲମ୍ବ ପର୍ଯ୍ୟନ୍ତ ଫାଟିଯାଇଥିବାବେଳେ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ନୂତନ ରାସ୍ତା ନିର୍ମାଣ କରାଯାଉଥିବାବେଳେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଏନ୍‌ଏଚ୍‌ ବିଭାଗର ଅଧିକାରୀ ଉପସ୍ଥିତ ରହୁନାହାନ୍ତି। ଏପରିକି ଠିକ୍‌ ଭାବେ ପୂର୍ବରୁ ମାଟି ପରୀକ୍ଷଣ କରାଯାଇ ନାହଁି। ନିମ୍ନମାନର କାମ ହେଉଥିବାବେଳେ ଆଗକୁ ଏହି ରାସ୍ତାର ଭବିଷ୍ୟତକୁ ନେଇ ଅଞ୍ଚଳବାସୀ ଚିନ୍ତିତ ହୋଇପଡିଛନ୍ତି। ଲୁହାମୁଣ୍ଡାଠାରେ ଅଣ୍ଡରପାସ କାମ ଆରମ୍ଭ ହୋଇଥିବାବେଳେ ଅଣ୍ଡରପାସର ଦୁଇ ପାର୍ଶ୍ୱରେ ମାଟି ସମତଳ ସହ ମେଟାଲ କରାଯାଇ ପିଚୁ କାମ କରାଯାଇଛି। ପିଚୁ କାମ ସରିବାର ମାତ୍ର ୧୦ ଦିନ ହୋଇଥିବାବେଳେ ରାସ୍ତା ଫାଟି ଆଁ କଲାଣି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସହସ୍ରାଧିକ ଗାଡି ଯାତାୟାତ କରୁଥିବାବେଳେ ପିଚୁ କାମ ଅତିନିମ୍ନମାନର କରାଯାଇଥିବା ଯୋଗୁ ରାସ୍ତା ଫାଟି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଠିକାସଂସ୍ଥାର ପରିଚାଳକ ରାଜ ବିହାରୀ ସିଂଙ୍କୁ ପଚାରିବାରୁ କୌଣସି ମନ୍ତବ୍ୟ ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri