ଛତ୍ରପୁର,୧୭।୭(ଡି.ଏନ୍.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ଓ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦ ଦିନ ହେଲା ସେମାନେ ଧାରଣା ଦେଇଥିଲେ । ପରେ ଏମାନଙ୍କୁ ପୁନଃ ନିଯୁକ୍ତି ମିଳିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କରାପଲ୍ଲି-୧ ଅଙ୍ଗନୱାଡି କେନ୍ଦ୍ରର କେ. କମଳା, ଟାଙ୍ଗଣାପଲ୍ଲୀ-୨ କେନ୍ଦ୍ରର ମଞ୍ଜୁମାଳା ପଣ୍ଡା ଓ ଚମାଖଣ୍ଡି-୧ କେନ୍ଦ୍ରର ଗିରିଜା ଗୌଡଙ୍କୁ ଛଟେଇ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିୟମାନୁସାରେ ଅବସର ବୟସ ସୀମା ୬୦ରୁ ୨ ବର୍ଷ ବୃଦ୍ଧି ପାଇ ୬୨ ବର୍ଷ ହୋଇଛି। ହେଲେ ସମ୍ପୃକ୍ତ କର୍ମୀଙ୍କ ଅବସର ବୟସ ଅବଧି ପୂର୍ବରୁ ଛଟେଇ କରାଯାଇଥିବାରୁ ସେମାନେ ଧାରଣାରେ ବସିଥିଲେ।