୧୦ଦିନ ବନ୍ଦଘରେ ସ୍ତ୍ରୀଙ୍କୁ ଅକଥନୀୟ ନିର୍ଯାତନା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ସହ ମିଶି ସ୍ବାମୀ ସେକ୍ସ ର଼୍ୟାକେଟ ଚଳାଇଥିଲେ। ନିଜ ସ୍ତ୍ରୀଙ୍କୁ ଜୋର୍‌ ଜବରଦସ୍ତ ପରପୁରୁଷଙ୍କୁ ସମର୍ପି ଦେଉଥିଲେ। ପ୍ରତିବାଦ କଲେ ଆରମ୍ଭ ହେଉଥିଲା ଅତ୍ୟାଚାର। ଖଟରେ ହାତଗୋଡ଼ ବାନ୍ଧି ଯୌନ ଶୋଷ ମେଣ୍ଟାଉଥିଲେ ଦେହଭକ୍ଷୀ ରାକ୍ଷସମାନେ। ଶେଷରେ ଅସହ୍ୟ ହେବାରୁ ମହିଳା ଜଣକ ପ୍ରତିବାଦ କରିଥିଲେ। ଫଳରେ ଗତ ୧୦ ଦିନଧରି ସ୍ବାମୀ ଓ ତାଙ୍କ ଭାଉଣୀଭାଇ ଏକ ଘରେ ତାଲା ପକାଇ ଅକଥନୀୟ ନିର୍ଯାତନା ଦେଉଥିଲେ। ସ୍ବାମୀ ରାତିରେ ମଦପିଇ ଆସି ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ମଦ ବୋତଲ ପୂରାଇଥିଲେ। ଲୁହା ରଡ୍‌ରେ ପିଟୁଥିଲେ। ଅଚେତ ଅବସ୍ଥାରେ ବି ତାଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ। ଜଣେ ମହିଳାଙ୍କୁ ଘର ଭିତରେ ବନ୍ଦ କରି ଏଭଳି ଅକଥନୀୟ ଅତ୍ୟାଚାର ଦିଆଯାଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଚନ୍ଦ୍ରଶେଖରପୁର ପୋଲିସ ଉକ୍ତ ଘରେ ଚଢ଼ାଉ କରି ତାଙ୍କୁ ଉଦ୍ଧାର କରିଛି। ତାଙ୍କ ଜଙ୍ଘ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ମାଡ଼ ଚିହ୍ନ ରହିଥିବାବେଳେ ସେ ଗୁରୁତର ଅସୁସ୍ଥ ଥିଲେ। ଉଦ୍ଧାର ପରେ ପୋଲିସ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ପଚରାଉଚରାବେଳେ ମହିଳାଜଣକ ସ୍ବାମୀଙ୍କ ଏପରି ଅମାନୁଷିକ କାଣ୍ଡ ଓ କଳାକାର୍‌ନାମା ସମ୍ପର୍କରେ ପୋଲିସକୁ କହିଛନ୍ତି। ଏନେଇ ନଂ.୧୬୦/୨୧ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଥାନାଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି।
ନିକଟରେ ମହିଳା ଜଣକ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଘର କନ୍ଧମାଳ  ଜିଲା ତୁମୁଡି ବନ୍ଧ ଅଞ୍ଚଳରେ। ୧୦ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିବାବେଳେ ଏହି ଥାନା ଅନ୍ତର୍ଗତ ପଦ୍ମାବତୀ ବିହାର ଅଞ୍ଚଳରେ ଅଟୋ ଚଳାଉଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଚନ୍ଦନ ନାମକ ଜଣେ ବ୍ୟକ୍ତି ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ଉଭୟଙ୍କର ୫ବର୍ଷର ଜଣେ ଝିଅ ମଧ୍ୟ ଅଛି। ହେଲେ ବିବାହ ପରଠୁ ସ୍ବାମୀ ତାଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲେ ା ଗତ ୭ବର୍ଷ ଧରି ଏକ ଘରେ ରଖି ଟଙ୍କା ପାଇଁ ପରପୁରୁଷଙ୍କ ସହ ଦୈହିକ ସମ୍ପର୍କ ରଖାଉଥିଲେ। ଏଥିସହିତ ବାହାରୁ ଦେହଜୀବୀଙ୍କୁ ଆଣି ଘରେ ସେକ୍ସ ର଼୍ୟାକେଟ ଚଳାଇଥିଲେ। ବିରୋଧ କଲେ ମାଡ଼ ମରାଯିବା ସହ ମାରିଦେବାକୁ ଧମକ ଦିଆଯାଥ ପର ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା। ଶେଷରେ ୧୦ଦିନ ତଳେ ତାଙ୍କୁ ଘରେ ତାଲା ପକାଇ ଯୌନଶୋଷଣ କରାଯାଉଥିଲା। ସେ ଅଚେତ ଅବସ୍ଥାରେ ପଡିଥିବାବେଳେ ସ୍ବାମୀ ଟଙ୍କା ନେଇ ପରପୁରୁଷଙ୍କୁ ଆଣି ଶାରୀରିକ ସମ୍ପର୍କ ରଖାଉଥିବା ନେଇ ମହିଳା ଜଣକ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଶିଶୁକନ୍ୟାଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି।

Share