ଅଭିଯୁକ୍ତଙ୍କୁ ୧୦ ଦିନ ଅନ୍ତରୀଣ ଜାମିନ

କଟକ ଅଫିସ,୧୦ା୧୨: ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକଙ୍କୁ ହାଇକୋର୍ଟ ଶୁକ୍ରବାର ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜାମିନରେ ଯିବା ଦିନଠାରୁ ଠିକ୍‌ ୧୦ ଦିନ ପରେ ସେ ଆସି କୋର୍ଟ ହାଜର ହେବେ। ତେବେ ଜାମିନ୍‌ରେ ଥିବା ସମୟରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରିବେ ନାହିଁ କିମ୍ବା କୌଣସି ଫୌଜଦାରି କାର୍ଯ୍ୟକଳାପରେ ଜଡ଼ିତ ହେବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପରୀର ଘରଠାରୁ ୧୦୦ ମିଟର ଦୂରରେ ଅଭିଯୁକ୍ତଙ୍କ ଘର। ୨୦୨୦ ଜୁଲାଇ ୧୪ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ଅଭିଯୁକ୍ତଙ୍କ ଘରକୁ ପରୀ କୋଳି ଆଣିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଫଳରେ ପରୀ ବାଧା ଦେବାରୁ ସେ ତାଙ୍କୁ ହତ୍ୟା କରିଥିଲେ। ପରେ ମୃତଦେହକୁ ଏକ ବ୍ୟାଗରେ ପୁରାଇ ସ୍ଥାନୀୟ ପୋଖରୀ ନିକଟ ଏକ ବୁଦା ମୂଳେ ଲୁଚାଇ ଦେଇଥିଲେ। ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନ ଥିଲେ। ଅଭିଯୁକ୍ତ ଜଣଙ୍କ ଏନେଇ ଦୁଇଜଣଙ୍କ ନିକଟରେ ପ୍ରକାଶ କରିଥିବାର ରେକର୍ଡିଂ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ତାଙ୍କୁ କାବୁ କରିଥିଲା।

Share