Categories: ଜାତୀୟ

ଚନ୍ଦ୍ରୟାନ ମିଶନକୁ ପୂରଣ ହେଲା ୧୦ ଦିନ, ସମୟ ସହ ଦୌଡୁଛନ୍ତି ବୈଜ୍ଞାନିକ

ଅହମଦାବାଦ,୨୯।୮: ସ୍ପେସ ଆପ୍ଲିକେଶନ ସେଣ୍ଟର ଅହମଦାବାଦର ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ ଚନ୍ଦୟାନ ମିଶନ ୩ଟି ପାର୍ଟ ରହିଛି। ଯାନର ସପ୍ଟ ଲ୍ୟାଣ୍ଡିଂ, ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମଙ୍କ ଠାରୁ ରୋଭର ପ୍ରଜ୍ଞାନର ଆରମ୍ଭ ଏବଂ ମିଶନରେ ଜଡିତ ସାତୋଟି ଯନ୍ତ୍ରର କାମ ନେବା। ବର୍ତ୍ତମାନ ପ୍ରକୃତ କାର୍ଯ୍ୟ ତୃତୀୟ ଭାଗରେ ଚାଲିଛି । ଏଥିରେ ଉପକରଣ, ବିଶ୍ଳେଷଣ ଏବଂ ତଥ୍ୟ ସଂଗ୍ରହ ସହିତ ବିଭିନ୍ନ ପରୀକ୍ଷଣ କରାଯାଉଛି। ସେଥିପାଇଁ ରୋଭରକୁ ଯଥାସମ୍ଭବ ଚନ୍ଦ୍ର ପୃଷ୍ଠରେ ଘୂର୍ଣ୍ଣନ କରିବାକୁ ପଡିବ, ଯାହା ଦ୍ୱାରା ଆମେ ସର୍ବାଧିକ ପରୀକ୍ଷଣ କରି ମୂଲ୍ୟବାନ ତଥ୍ୟ ସଂଗ୍ରହ କରିପାରିବା। ମିଶନର ଶେଷ ୧୦ ଦିନରେ ଅଧିକ କାର୍ଯ୍ୟ କରିବାକୁ ବୈଜ୍ଞାନିକମାନେ ମଧ୍ୟ ସମୟ ସହିତ ଦୌଡ଼ୁଛନ୍ତ।

Share