ଫୁଲବାଣୀ ଅଫିସ,୨୮।୭: କନ୍ଧମାଳ ଜିଲାକୁ ୧୦ ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ୨୯ ତାରିଖ ସକାଳ ୫ଟାରୁ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍ଡାଉନ୍ କରାଯିବାକୁ ଜିଲାପାଳ ମଙ୍ଗଳବାର ଘୋଷଣା କରିଛନ୍ତି।ଏହି ଦିନଗୁଡ଼ିକରେ ସକାଳ ୭ରୁ ଦିନ ୧ଟା ଯାଏ ରାସନ୍, କ୍ଷୀର ଏବଂ ପରିବା ଦୋକାନ ଆଦି ଖୋଲା ରହିବ ବୋଲି କୁହାଯାଇଛି।