ଜୁଲାଇ ୩୧ ଯାଏ ସମ୍ବଲପୁର ଶଟ୍‌ଡାଉନ୍‌

ସମ୍ବଲପୁର, ୨୧।୭(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲାକୁ ୧୦ ଦିନ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲାପାଳ। ବୁଧବାରଠାରୁ ଜୁଲାଇ ୩୧ ଯାଏ ଏହି ସଟ୍‌ଡାଉନ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍‌ଡାଉନ ଲାଗୁ ହେବ। ୨୨ରୁ ୨୫ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ ଏବଂ ୨୬ରୁ ୩୧ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ସଟ୍‌ଡାଉନ ଲାଗୁ ହେବ।
ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ ବେଳେ ଦୋକାନବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସହର ଭିତରେ ବାଇକ ଚଳାଚଳ ବନ୍ଦ ରହିବ। ସରକାରୀ ଓ ବେସରକାରୀ ପରିବହନ ଉପରେ କଟକଣା ଜାରି କରାଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ହସ୍ପିଟାଲ, କ୍ଲିନିକ, କ୍ଷୀର ଦୋକାନ, ପେଟ୍ରୋଲ ପମ୍ପ ଖୋଲା ରହିବ।

Share