କାନାଡାରେ ବର୍ବରକାଣ୍ଡ: ୧୦ ମୃତ, ୧୫ ଆହତ

ଓଟୱା,୫।୯: କାନାଡାର ସସ୍କାଚୱାନ ପ୍ରଦେଶରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ଛୁରାମାଡ଼ ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୫ଜଣ ଆହତ ହୋଇଥିବା ସରକାରୀ ତଥ୍ୟରୁ ସୂଚନା ଦିଆଯାଇଛି।

ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ପୋଲିସ ତଦନ୍ତ ଚଳାଇଛି। ପୋଲିସ ସୂଚନା ମୁତାବକ, ସସ୍କାଚୱାନର ସସ୍କାତୁନ୍ର ଉତ୍ତରପୂର୍ବାଞ୍ଚଳ ଅନ୍ତର୍ଗତ ଜେମ୍ସସ୍ମିଥ କ୍ରିନେସନ ଏବଂ ୱେଲ୍ଡନ ଗ୍ରାମର ବିଭିନ୍ନ ସ୍ଥାନରେ ରବିବାର ଏହି ଘଟଣା ଘଟିଛି। ଏନେଇ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ଦୁଇ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ନାମ ଏବଂ ଫଟୋ ଜାରି କରିଥିବା ବେଳେ କେଉଁ ଉଦ୍ଦେଶ୍ୟରେ ସେମାନେ ଏଭଳି ବର୍ବର କାଣ୍ଡ ଘଟାଇଲେ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ୨ ସନ୍ଦିଗ୍ଧ ଅଭିଯୁକ୍ତ ହେଲେ ୩୧ ବର୍ଷୀୟ ଡେମିଏନ ସାଣ୍ଡେର୍ସନ ଏବଂ ୩୦ ବର୍ଷୀୟ ମାଇଲ୍ସ ସାଣ୍ଡେର୍ସନ।

Share