Categories: ଜାତୀୟ

ବିଷାକ୍ତ ମଦ ପିଇ ୧୦ ମୃତ

ଭିଲୁପୁରମ୍‌, ୧୫।୫: ତାମିଲନାଡ଼ୁ ମାରାକାନମସ୍ଥିତ ଇକିୟାର୍କୁପ୍ପାମ ଓ ଚେଙ୍ଗେଲପେଟ୍‌ରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୩୩ରୁ ଊଦ୍ଧର୍‌ବ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ୪ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି। ବିଷାକ୍ତ ମଦ ପିଇ ଅସୁସ୍ଥ ହେବା ପରେ ୧୦ ମୃତକଙ୍କୁ ପ୍ରଥମେ ଶନିବାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ଅନ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତି ନେଇ ଜଣଙ୍କୁ ପୋଲିସ ଗିରଫ କରିଛି। ଶନିବାର ପ୍ରାଣ ହରାଇଥିବା ୩ ଜଣଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାନିଲ୍‌ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

 

Share