ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ଜଣଙ୍କ ଅସ୍ବାଭାବିକ ମୃତ୍ୟୁ

ଭୁବନେଶ୍ୱର,୩୦।୫: ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ଗୁରୁବାର ସାଢେ ୬ ଘଣ୍ଟା ଭିତରେ ୧୦ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କଠାରୁ ଏହି ସୂଚନା ମିଳିଛି।

ସେ କହିଛନ୍ତି, ଦିନ ସାଢେ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ। ଆଉ ୨ ଜଣଙ୍କର ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି। ସେମାନଙ୍କର ହିଟେୱଭ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

Share