ଜି.ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୧୪ା୧୧(ଡି.ଏନ.ଏ.): କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରବିବାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି। ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ର ତାପ ମାପକ ଯନ୍ତ୍ର ଦାୟିିତ୍ୱରେ ଥିବା ଅଧିକାରୀ ସତ୍ୟ ନାରାୟଣ ମହାନ୍ତି ଏହି ସୂଚନା ଦେଇଛନ୍ତି। ପାରଦ ଖସିଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ୯ଟା ମଧ୍ୟରେ ଘରୁ ବାହାରକୁ ବାହାରିବା କଷ୍ଟକର ହେଉଛି। ଦିନସାରା ପରିବେଶ ଥଣ୍ଡା ରହୁଛି। ରାସ୍ତା କଡରେ ବସୁଥିବା ଛୋଟ ବ୍ୟବସାୟୀମାନେ ସା ନ ହେଉଣୁ ପସରା ବନ୍ଦ କରି ଦେଉଛନ୍ତି। ରାତିରୁ କୁହୁଡି ଆରମ୍ଭ ହୋଇଯାଇ ପୂର୍ବାହ୍ନ ଯାଏଁ ଢାଙ୍କି ରହୁଥିବା ଯୋଗୁ ଯାନବାହନ ଚଳାଚଳରେ ଅସୁବିଧା ହେଉଛି। ଅନ୍ୟପକ୍ଷରେ ଜିଲାର ଦାରିଙ୍ଗବାଡ଼ିରେ ରବିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିଥିଲା। ଛୁଟିଦିନରେ ଶୀତର ମଜା ନେବା ପାଇଁ ଜିଲା ବାହାରୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା।

Share