ଟିକା ପରେ ଜୀବନ ହାରିଲେଣି ୧୦

ନୂଆଦିଲ୍ଲୀ, ୩୧ା୧: କରୋନା ଟିକା ନେବା ପରେ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୦ ଜଣଙ୍କ ଜୀବନ ଗଲାଣି। ଭାକ୍ସିନ ନେବାର ୫ ଦିନ ମଧ୍ୟରେ କର୍ନାଟକ, ଉତ୍ତରପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ହରିୟାଣା ଓ ଓଡ଼ିଶାରେ ଏହି ମୃତ୍ୟୁ ଘଟିଥିବା ସାମ୍‌ନାକୁ ଆସିଛି। ଏହାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ସମସ୍ତ ୧୦ ମାମଲା ପଛରେ ଟିକାକରଣ କାରଣ ବୋଲି ପ୍ରତିଷେଧକ ପରବର୍ତ୍ତୀ ପ୍ରତିକୂଳ ପ୍ରଭାବ (ଏଇଏଫ୍‌ଆଇ) କମିଟି ପକ୍ଷରୁ ଅନୁମାନ କରାଯାଇଛି। ମୃତ୍ୟୁବରଣ କରିଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ବୟସ ୨୫ରୁ ୫୬ ବର୍ଷ ମଧ୍ୟରେ ରହିଛି। ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ନ୍ୟାଶନାଲ ଏକ୍ସପର୍ଟ ପ୍ୟାନେଲ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ପରାମର୍ଶ ଓ ନିୟମ ଅନୁଯାୟୀ ଏହାର ତଦନ୍ତ କରିବ। ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ଜାତୀୟ ଏଇଏଫ୍‌ଆଇ କମିଟି ପରାମର୍ଶଦାତା ଏନ୍‌. କେ. ଅରୋରା କହିଛନ୍ତି।

Share