ଭତ୍ରାଡ୍ୟାମ୍‌ରେ ୧୦ ବିଦେଶୀ ପ୍ରଜାପତିର ପକ୍ଷୀ

ଭବାନୀପାଟଣା,୬।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଡିସେମ୍ବର ଶେଷ ସପ୍ତାହରୁ ଶୀତର ଲହରି ଆରମ୍ଭ ହୋଇଛି। ଶୀତ ଋତୁର ଆରମ୍ଭରୁ ପ୍ରାୟ ୧୦ରୁ ଅଧିକ ପ୍ରଜାତିର ପରିବ୍ରାଜକ ପକ୍ଷୀଙ୍କ ଠିକଣା ପାଲଟିଛି କଳାହାଣ୍ଡିର ଜୁନାଗଡ଼ ବ୍ଲକ ଭତ୍ରାଡ୍ୟାମ୍‌। ଏବେ ଉକ୍ତ ଡ୍ୟାମ୍‌ ପ୍ରାୟ ୨୫୦ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ପାଲଟିଛି। ଜିଲାର ଇନ୍ଦ୍ରାବତୀ ଜଳଭଣ୍ଡାର ସହ ଭତ୍ରାଯୋର ସଂଯୋଗ ଥିବା ଏହାର ତଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପରିବ୍ରାଜକ ପକ୍ଷୀଙ୍କ ଆଗମନ ପ୍ରାୟ ଅକ୍ଟୋବରରୁ ଆରମ୍ଭ ହୋଇଛି। ଭତ୍ରାଡ୍ୟାମ୍‌ ସମେତ କର୍ଲାପାଟ ଅଭୟାରଣ୍ୟ ଓ ବିଭିନ୍ନ ଜଳଉତ୍ସଗୁଡ଼ିକରେ ଏହି ପକ୍ଷୀମାନେ ବିଚରଣ କରୁଛନ୍ତି। ଜୁନାଗଡ଼ ବ୍ଳକୁ ଭତ୍ରାଯୋର ଡ୍ୟାମ୍‌କୁ ଇକୋଟୁରିଜମ ଯୋଜନାରେ ବନବିଭାଗ ପକ୍ଷରୁ ନୌକାବିହାର କେନ୍ଦ୍ର ଭାବେ କାର୍ଯ୍ୟକାରୀ ହେଉଛି। ଏଠାକୁ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଆସୁଥିବାରୁ ପକ୍ଷୀ ଅଭୟାରଣ୍ୟ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯାହାକି ଏବେ ବିଚାର ଧୀନ ରହିଛି। କେତେକ ସାଇବେରିଆନ ପକ୍ଷୀ ମଧ୍ୟ ଭତ୍ରାଯୋର ଡ୍ୟାମ୍‌ ଓ ଜୟପାଟଣା ବ୍ଲକ ସୁନ୍ଦରୀ ଯୋରରେ ଦେଖାଯାଉଛନ୍ତି। ବିଦେଶୀ ପକ୍ଷୀ ଗାର୍ଡୱାଲ, ରେଡ୍‌ ପାଚାର୍ଡ, ନର୍ଥନ ପିଣ୍ଡେଲ, ସାରବାର୍ଡ, ଉତସେଣ୍ଡ ପାଇପର, ଗ୍ରୀନ୍ସେଣ୍ଡ ପାଇପର, ଟେରମେରିକା ୱିଣ୍ଟ, ଲିଟିଲ ରିଙ୍ଗ ପାଲଭର, ବ୍ଲାକୱିଙ୍ଗ ସ୍ଟିଲଡ଼, ହିସକଡ୍‌ ଷ୍ଟେର୍ଣ, ରୋଜିଷ୍ଟାରଲିଙ୍ଗ ସମେତ ପ୍ରାୟ ୧୦ଟି ପ୍ରଜାତିର ପକ୍ଷୀ ବର୍ତ୍ତମାନ ଭତ୍ରାଡ୍ୟାମ୍‌ରେ ଦେଖାଯାଉଛନ୍ତି। ସେହିପରି ହିମାଳୟ ପାଦଦେଶର ଇଣ୍ଡିଆନପିକଟା, ବ୍ରାଉନକେପଡ, ପିଗମି ଉତ୍ପେକର, ରେପଡ ଇବିସ ଭଳି ବହୁ ପ୍ରଜାତିର ପ୍ରାୟ ୨୫୦ରୁ ଅଧିକ ପକ୍ଷୀ କଳାହାଣ୍ଡିକୁ ଆସିଥାନ୍ତି ବୋଲି ପକ୍ଷୀ ବିଶାରଦ ଦାବି କରୁଛନ୍ତି। ଭତ୍ରାଯୋର ଅଞ୍ଚଳର ଚାଷଜମି ଓ ପୋଖରୀ ନିକଟରେ ପରିବ୍ରାଜକ ପକ୍ଷୀମାନେ ଦଳଦଳ ହୋଇ ଖାଦ୍ୟ ଅନ୍ବେଷଣ କରୁଛନ୍ତି। ଖାଦ୍ୟ ଅନ୍ବେଷଣରେ ସୁଦୁର ମଧ୍ୟ ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆରୁ ଏହି ପ୍ରଜାତିର ପକ୍ଷୀ ଆସିଥିବା ପକ୍ଷୀ ବିଶେଷଜ୍ଞ ଆଇନଜୀବୀ ମହମ୍ମଦ ଖଲିଲ୍‌ ପ୍ରକାଶ କରିଛନ୍ତି। ସେ ବିଭିନ୍ନ ସ୍ଥାନରେ ପକ୍ଷୀ ଚିହ୍ନଟ ପାଇଁ ପକ୍ଷୀ ଅନ୍ବେଷଣରେ ଥିବାବେଳେ ଅନେକ ବିରଳ ପକ୍ଷୀ ଦଳକୁ ଦେଖିବାକୁ ପାଇଥିଲେ ବୋଲି ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀ ବନାଞ୍ଚଳ ବନଖଣ୍ଡ ପକ୍ଷରୁ ଭତ୍ରାଡ୍ୟାମ୍‌କୁ ନୌକାବିହାର ଭାବେ ବିକାଶ କରାଯାଇଥିବାବେଳେ ପକ୍ଷୀଙ୍କ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା, ପକ୍ଷୀ ସୁରକ୍ଷା ଶିବିର କରାଯାଇପାରିବ। ସେଠାରେ ପକ୍ଷୀଙ୍କ ସୁରକ୍ଷା ସହ ଖାଦ୍ୟ ପ୍ରତି ମଧ୍ୟ ବ୍ୟବସ୍ଥା କରାଗଲେ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ବଢ଼ିବାରେ ସହାୟକ ହୋଇପାରିବ। ଆଶାତୀତ ପକ୍ଷୀ ସଂଖ୍ୟା ବୃଦ୍ଧି ହେଲେ ପର୍ଯ୍ୟଟକ ଭତ୍ରାଡ୍ୟାମ୍‌ ଓ କଳାହାଣ୍ଡିକୁ ପ୍ରବେଶ କରିବା ଆଶା ଉଜ୍ଜୀବିତ ହେବ। ଯଦ୍ୱାରା ଜିଲାରେ ରୋଜଗାର ବଢ଼ିବା ଆଶା ରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ପକ୍ଷୀ ପ୍ରେମୀ ତଥା ପରିବେଶବିତ୍‌ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ

ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି ।...

ଆଜି ଝଡ଼ବର୍ଷା: ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ୱର,୧୬ା୪(ଅନୁରାଧା ମହାରଣା):ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଜାରି ରହିଥିବାବେଳେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଝଡ଼ବର୍ଷାର ପ୍ରଭାବ ରହିବ। ବୁଧବାର ମୟୂରଭଞ୍ଜ,...

୧୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ବାଲେଶ୍ୱର, ୧୬।୪(ବାଞ୍ଛାନିଧି ଦେ):ଦୀର୍ଘ ୧୦ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଲେ ମା’। ବହୁ ସଂଘର୍ଷ ପରେ ସେ ତାଙ୍କ...

ମନେପଡ଼ିଲେ ଦେହ ଥରୁଛି: ୧୯୭୮ ଏପ୍ରିଲ ୧୬ ଘୂର୍ଣ୍ଣିଝଡ଼ ବିଭୀଷିକା

ଆନନ୍ଦପୁର,୧୬ା୪(ସୁଶାନ୍ତ କୁମାର ସାହୁ):ସେଦିନ ଥିଲା ଏପ୍ରିଲ ୧୬। ଅପରାହ୍ନ ସମୟରେ ହଠାତ୍‌ କଳାବାଦଲ ଆକାଶରେ ଘୋଟିଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଚାହୁଁ ଚାହୁଁ ପ୍ରଳୟଙ୍କାରୀ...

ଓଡ଼ିଶାରେ ୫ ବର୍ଷରେ ୮,୪୦୩ ଶିଶୁ ନିଖୋଜ

ଭୁବନେଶ୍ୱର,୧୫ା୪(ସତ୍ୟଜିତ୍‌ ରାଉତ):ରାଜ୍ୟରେ ଗତ ୫ ବର୍ଷରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ଅଛନ୍ତି। ବିଧାନସଭାରେ ଗତ ଫେବୃଆରୀ ୧୭ରେ ବାଲିଗୁଡ଼ା ବିଧାୟକ ଚକ୍ରମଣି...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର

ହିଞ୍ଜିଳିକାଟୁ, ୧୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି...

ଏବର୍ଷ ଛେଚିବ ବର୍ଷା, ସ୍ବାଭାବିକଠାରୁ ହେବ ଅଧିକ ବୁଷ୍ଟିପାତ

ନୂଆଦିଲ୍ଲୀ,୧୬।୪(ପି.ଟି.):ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ...

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image