Categories: ଜାତୀୟ

ଦାଣ୍ଡିଆ ନାଚ ବେଳେ ଗଲାଣି ୧୦ ଜୀବନ

ଗାନ୍ଧୀନଗର,୨୩ା୧୦: ଗୁଜରାଟରେ ନବରାତ୍ରୀ ଉତ୍ସବ ପାଳନ ବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗରବା ଦାଣ୍ଡିଆ ନାଚ ବେଳେ ୧୦ ଜଣଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ମୃତକମାନେ ସ୍ବଳ୍ପ ବୟସ୍କ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ସର୍ବକନିଷ୍ଠ ୧୩ ବର୍ଷର ବୋଲି ଜଣାପଡିଛି। ତାଙ୍କ ଘର ବରୋଦାର ଦାଭୋଇରେ।

ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ତତ୍ପରତା ଦେଖାଇଛନ୍ତି। ସରକାର ଉତ୍ସବ ଆୟୋଜନ ସ୍ଥଳରେ ସତର୍କତା ଅବଳମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରିକି ଆୟୋଜନ ସ୍ଥଳରେ ଡାକ୍ତରୀ ଟିମ୍‌ ସହ କର୍ମଚାରାଙ୍କୁ ଉପସ୍ଥିତ ରଖିବାକୁ ହସ୍ପିଟାଲଗୁଡିକୁ କୁହାଯାଇଛି।

ଅନ୍ୟପକ୍ଷେ ଛଅ ଦିନ ମଧ୍ୟରେ, ହୃଦୟ ସମ୍ବନ୍ଧୀୟ ସମସ୍ୟା ସହିତ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ମୋଟ ୫୨୧ କଲ୍‌ ଆସିଥିବା ବେଳେ ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ଅତିରିକ୍ତ ୬୦୯ ଫୋନ୍‌ କଲ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Share