୧୦ ଆଇଏଏସ୍‌, ଆଇପିଏସ୍‌ଙ୍କୁ ୫ ଜିଲା ଦାୟିତ୍ୱ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ଟି ଉପକୂଳ ଜିଲା ପାଇଁ ୫ ବରିଷ୍ଠ ଆଇଏଏସ୍‌ ଏବଂ ୫ ଆଇପିଏସ୍‌ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲାର ଦାୟିତ୍ୱ ଦିଆଯାଇଥିବାବେଳେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତ୍‌ସିଂହପୁର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବଙ୍କୁ ଭଦ୍ରକ, କ୍ରୀଡ଼ା ଓ ଯୁବସେବା ବ୍ୟାପାର ସଚିବ ବିଶାଳ ଦେବଙ୍କୁ ବାଲେଶ୍ୱର ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସ୍ବତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ମୟୂରଭଞ୍ଜ ଜିଲା ଦାୟିତ୍ୱ ଦିଆଯାଇଛି। ସେହିପରି କେନ୍ଦ୍ରାପଡା ଜିଲା ପାଇଁ ଆଇପିଏସ୍‌ ଅଫିସର ଜେ. ଏନ. ପଙ୍କଜଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅମିତାଭ ଠାକୁରଙ୍କୁ ଜଗତ୍‌ସିଂହପୁର, ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଭଦ୍ରକ, ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ୱର ଏବଂ ଅନିରୁଦ୍ଧ କୁମାର ସିଂଙ୍କୁ ମୟୂରଭଞ୍ଜ ଜିଲାର ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ଜିଲାରେ ପୂର୍ବ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ସହ ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର, ରିଲିଫ୍‌ ଓ ଥଇଥାନ କାର୍ଯ୍ୟର ତଦାରଖ କରିବେ।
ସେହିପରି ବରିଷ୍ଠ ଯନ୍ତ୍ରୀମାନଙ୍କୁ ମଧ୍ୟ ବାତ୍ୟା ପ୍ରସ୍ତୁତି , ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି। ବାଲେଶ୍ୱର ଜିଲା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଅନିଲକାନ୍ତ ତ୍ରିପାଠୀ, ଓଡ଼ିଶା ଗୃହ ନିର୍ମାଣ ବୋର୍ଡର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ସାମଲଙ୍କୁ ଭଦ୍ରକ, ଇ- ପ୍ରୋକ୍ୟୁରମେଣ୍ଟ ମୁଖ୍ୟଯନ୍ତ୍ରୀ ଗୌରାଙ୍ଗ ସାହୁଙ୍କୁ ଜଗତ୍‌ସିଂହପୁର, ଆର.ଡି. ମୁଖ୍ୟଯନ୍ତ୍ରୀ ଜୀବନାନନ୍ଦ ନାୟକଙ୍କୁ କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଏନ.ଏଚ. ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ବିଭୁଦେନ୍ଦ୍ର ମେହେରଙ୍କୁ ମୟୂରଭଞ୍ଜ ଜିଲା ପାଇଁ ନିୟୋଜିତ କରାଯାଇଛି। ସୋମବାର ଅପରାହ୍ନ ୫ଟା ସୁଦ୍ଧା ସେମାନେ ନିଜ ନିଜ ଜିଲା ମୁଖ୍ୟାଳୟରେ ପହଞ୍ଚତ୍ ସେହି ଜିଲା ପାଇଁ ନିୟୋଜିତ ବରିଷ୍ଠ ଅଧିକାରୀମାନଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share