ଭାଲୁ ଆକ୍ରମଣରେ ୧୦ ଆହତ

କେନ୍ଦୁଝର,୨୫ା୧(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବାଲବନ୍ଧ ସେକ୍ସନ ନହବେଡା, ତୁଳସୀପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପଳାଶପଙ୍ଗା ସେକ୍ସନରୁ ବାଲିବନ୍ଧ ସେକ୍ସନକୁ ଯାଉଥିବାବେଳେ ଅତର୍କିତ ବାଟରେ ଯାହାକୁ ପାରିଲା ତାକୁ କାମୁଡ଼ିଛି ଭାଲୁ। ଭୟରେ ବହୁ ଲୋକେ ଧାଇଁ ପଳାଉଥିଲେ ମଧ୍ୟ ଭାଲୁ ହାବୁଡ଼ରେ ପଡ଼ି ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲା। ଆହତମାନଙ୍କର ହାତ, ଗୋଡ଼ ଏବଂ ପେଟରେ କ୍ଷତାକ୍ତ ହୋଇଛି। ଗୁରୁତର ଥିବା ଦିଲ୍ଲୀପ କୁମାର ସୋରେନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବନବିଭାଗ ଭାଲୁଟି ଉପରେ ନଜର ରଖିଥିବା ବେଳେ ଉକ୍ତ ଅଞ୍ଚଳର ଲୋକେ ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଭାଲୁଟି ପ୍ରଥମେ ମଧ୍ୟପୂର୍‌ ଗ୍ରାମରେ ଜଣଙ୍କୁ ଆହତ କରିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଭାଲୁଟିକୁ ବିଲ ମଧ୍ୟରେ ମାରିବାକୁ ଦୌଡ଼ାଇଲେ। ଫଳରେ ଭାଲୁଟି ଅଧିକ ଆକ୍ରମଣାତ୍ମକ ହୋଇ ଲୋକଙ୍କୁ ଆକ୍ରମଣ କରିବାରୁ କେତେକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଭାଲୁଟି ମଧ୍ୟ ଆହତ ହୋଇଥିବା ଡିଏଫ୍‌ଓ ଧନରାଜ ଏଚ୍‌.ଡି ସୂଚନା ଦେଇଛନ୍ତି। ଭାଲୁ ଉପରେ ନଜର ରଖାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

ଶୀତ ମହୋତ୍ସବ ପାଇଁ ସଜବାଜ: ନୂତନ କମିଟି ଚୟନ ପାଇଁ ନିଷ୍ପତି

ଦାରିଙ୍ଗବାଡି,୨୩୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିରେ ୨୦୨୫ ଶୀତ ମହୋତ୍ସବ ପାଳନ କରାଯିବା ପାଇଁ ସୋମବାର ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ...

ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଅର୍ନ୍ତଗତ ସମରଝୋଳ ଗ୍ରାମ ପୋଖରୀ ପାଣିରେ ବୁଡି ସୋମବାର ଭୋର୍‌ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା...

ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

ସାକ୍ଷୀଗୋପାଳ, ୨୩।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଅଦିନିଆ ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି।...

ଥାନା ଅଞ୍ଚଳରେ ସିରିଜ ଚୋରି: ବଢିଲା ପୋଲିସର ମୁଣ୍ଡବ୍ୟଥା

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri