ନିଅଁ ଖୋଳିବା ବେଳେ ବାହାରିଲା ୧୦ ଝୁଡ଼ି କଉଡ଼ି

ନୟାଗଡ଼ ଅଫିସ/ ରଣପୁର, ୧୩।୨ (ସ୍ବ.ପ୍ର.): ଘର ତିଆରି ପାଇଁ ନିଅଁ ଖୋଳା ଯାଉଥିବାବେଳେ ମାଟିତଳୁ ପ୍ରାୟ ୧୦ ଝୁଡ଼ି କଉଡ଼ି ବାହାରିଛି। ଶୁକ୍ରବାର ନୟାଗଡ଼ ଜିଲା ରଣପୁର ବ୍ଲକ ତାଳକଣି ପଞ୍ଚାୟତ ନଛିପୁର ଗଁାରେ ଏହି ଘଟଣା ସାମ୍‌ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି। ନଛିପୁର ଗଁାର ନାରାୟଣ ସାହୁ ନିଜର ପୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ଆରମ୍ଭ କରିଛନ୍ତି। ଏଥିପାଇଁ ଶ୍ରମିକମାନେ ନିଅଁ ଖୋଳୁଥିଲେ। ୪ ଫୁଟ ଖୋଳିବା ପରେ ଏକ ମାଟି ଘମ ଦେଖିବାକୁ ମିଳିଥିଲା। ୫ଫୁଟର ଏହି ମାଟିଘମ ଭିତରେ କଉଡ଼ିଗୁଡ଼ିକ ସୁରକ୍ଷିତ ଅବସ୍ଥାରେ ରହିଥିଲା। ପୂର୍ବ ପୁରୁଷମାନେ କଉଡ଼ିକୁ ଟଙ୍କା ପରି ବ୍ୟବହାର କରୁଥିଲେ। ନାରାୟଣଙ୍କ ପୂର୍ବଜମାନେ ସେମାନଙ୍କ ପିଲାମାନଙ୍କ ପାଇଁ ବୋଧହୁଏ କଉଡ଼ି ପୋତି ରଖିଥିଲେ। ଏ କଥା ପ୍ରଚାରିତ ହେବା ପରେ ନାରାୟଣଙ୍କ ଘରେ କଉଡ଼ି ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପରିବାରର ବିବାଦ ନେଇ ମେଡିକାଲରେ ୩ ଦିନ ପଡ଼ିରହିଲା ମୃତଦେହ

ଧରାକୋଟ,୧୬ା୧୧: ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଗାଙ୍ଗପୁରର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ କାରଣ ଅସ୍ପଷ୍ଟ ରହିଛି।...

ଖତଗଦାରେ ଲୁଚାଇ ରଖିଥିଲେ ଲକ୍ଷାଧିକ ଚୋରି ଟଙ୍କା, ମାଡ଼ି ବସିଲା ହାଇଦ୍ରାବାଦ ପୋଲିସ

ଭୋଗରାଇ,୧୬ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ୍‌ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।...

ଅନାସ୍ଥା ଭୋଟ୍‌ରେ ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା, ମନ୍ତ୍ରୀ କହିଲେ…

ଢେଙ୍କାନାଳ,୧୬ା୧୧(ରତନ ନାୟାର): ଅନାସ୍ଥାରେ ହାରିଗଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଫଳରେ ସଦରରେ ଭୁଶୁଡ଼ି ପଡ଼ିଛି ବିଜେଡି ଗଡ଼। ଶନିବାର ଅନାସ୍ଥା ଭୋଟିଂ...

ବାଲିଯାତ୍ରା କି ବାଣିଜ୍ୟ ମେଳାରେ ଦାରିଙ୍ଗବାଡ଼ି କଫିର ଚାହିଦା ନାହିଁ, ପ୍ରଚାର ପ୍ରସାର ପାଇଁ ଯଦି…

ଦାରିଙ୍ଗବାଡ଼ି,୧୬ା୧୧(ଅରୁଣ ସାହୁ): ଜୈବିକ ପଦ୍ଧତିିରେ ଦାରିଙ୍ଗବାଡ଼ି କଫି ଚାଷ କରାଯାଉଛି। କୋରାପୁଟ ପରେ ଦାରିଙ୍ଗବାଡ଼ି କଫିର ବହୁତ ଚାହିଦା ରହିଛି ହେଲେ ଦାରିଙ୍ଗବାଡ଼ି କଫିକୁ ନେଇ...

ଗୋଲାମୁଣ୍ଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ: ବିକାଶ ପାଇଁ ଖବରଦାତାଙ୍କ ସହଯୋଗ ଆବଶ୍ୟକ

ଗୋଲାମୁଣ୍ଡା,୧୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡାସ୍ଥିତ କଲ୍ୟାଣମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ...

ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଦେଇ…

ଦେବଗଡ଼,୧୬।୧୧(ଶଶାଙ୍କ ଶେଖର ଝାଙ୍କର) ହାତୀ ଉପଦ୍ରବକୁ ନେଇ ଉତ୍ତେଜନା। ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ କ୍ଷତିଗ୍ରସ୍ତ ଚାଷୀ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସମସ୍ୟା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପୁରାତନ ଛାତ୍ର ସଂଘର ଦାବିପତ୍ର

ଭବାନୀପାଟଣା,୧୫ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ଶୁକ୍ରବାର ପୁରାତନ ଛାତ୍ରସଂଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ...

ବ୍ଲକ ସ୍ତରୀୟ ସରଗି ଫୁଲ: ପ୍ରତିଭା ଦେଖାଇବେ ଜନଜାତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୧୦(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଲୁଚିରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ନେଇ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri