ମୃତ ଶିଶୁକନ୍ୟାକୁ ୧୦ କି.ମି. ବୋହିଲେ ବାପା

ପାତ୍ରପୁର,୫।୪(ଡି.ଏନ୍‌.ଏ): ଗଁାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ନ ଯାଇପାରିବା ଫଳରେ ମୃତ ଦେଢ଼ବର୍ଷର ଝିଅକୁ ଡାକ୍ତରଖାନାରୁ ଦୀର୍ଘ ୧୦ କି.ମି. କାନ୍ଧରେ ବୋହି ନେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ।
ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମର ଘନଶ୍ୟାମ କାର୍ଜି ତୁରୁବୁଡିଠାରେ କାମ କରୁଥିବା ବେଳେ ତାଙ୍କ ଦେଢ଼ବର୍ଷର ଝିଅ ଅନିକାକୁ ପ୍ରବଳ ଥଣ୍ଡା, କାଶ ହୋଇଥିଲା। ଏଥିପାଇଁ ଘନଶ୍ୟାମ ଝିଅକୁ ଭ୍ରମରପୁର ଗ୍ରାମରେ ଜଣେ ଚିକିତ୍ସକଙ୍କୁ ଦେଖାଇଥିଲେ। ତା’ର ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ତାକୁ ସନ୍ଧ୍ୟାରେ ସୁରଙ୍ଗୀ ପରେ ପାତ୍ରପୁର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଅନିକାଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ତାଡ଼କାସାହି ନେଇଥିଲେ। ସେଠାରୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗଁାକୁ ଯାଇପାରି ନଥିଲା। ଫଳରେ ୧୦ କିଲୋମିଟର ଦୂର ଏଲଗଲ ଗ୍ରାମକୁ ମୃତ ଶିଶୁକନ୍ୟାଙ୍କୁ କାନ୍ଧରେ ବୋହି ନେଇଥିଲେ। ଗ୍ରାମରେ ପହଞ୍ଚତ୍ବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ଘନଶ୍ୟାମ କହିଛନ୍ତି।

Share