୧୦ ଲକ୍ଷ ଟଙ୍କାର ନକଲି ପ୍ରସାଧନ ସାମଗ୍ରୀ ଜବତ

ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଲାକ୍‌ମି ବ୍ରାଣ୍ଡ କମ୍ପାନୀର ନକଲି ପ୍ରସାଧନ ସମାଗ୍ରୀ ବିକ୍ରି ହେଉଥିବା ନେଇ ହିନ୍ଦୁସ୍ତାନ ଲିଭର୍‌ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଶନିବାର ବଡ଼ବଜାର ଏବଂ ଟାଉନ୍‌ ଥାନା ପୋଲିସ ପକ୍ଷରୁ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ବଡ଼ବଜାର ଖାସ୍ପା ସାହି ସ୍ଥିତ ଓମ୍‌ ଷ୍ଟୋରରୁ ୪୬୧ଟି, ‘ଶ୍ରୀସାଇ ଟ୍ରେଡିଂ କୋ’ରୁ ୫୫୩ଟି, ଭାପୁର ବଜାର ସ୍ଥିତ ‘ମନ ପସନ୍ଦ’ରୁ ୮୦୭ଟି, ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ‘ଭି-୨’ ମଲ୍‌ରେ ଥିବା ଖୁସି ଲେଡିଜ୍‌ କର୍ନରରୁ ୫୧ଟି ନକଲି ପ୍ରସାଧନ ସାମଗ୍ରୀ ଜବତ ହୋଇଛି। ଏସବୁର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ। ଏନେଇ ବଡ଼ବଜାର ଥାନାରେ ୩୬୭/୨୩ରେ ଏକ ମାମଲା ଏବଂ ଟାଉନ୍‌ ଥାନାରେ ୪୦୯/୨୩ରେ ଆଉ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Share