Categories: ଖେଳ

୨ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷର ପୁରସ୍କାର ଘୋଷଣା

ଭୁବନେଶ୍ବର,୧୩।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ୍‌ରେ ଭାଗ ନେଇଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅମିତ୍‌ ରୋହିଦାସ ଓ ନିଲମ ସଂଜୀପ ଖେସ ଭାରତୀୟ ହକି ଟିମ୍‌ରେ ସ୍ଥାନ ପାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଭାରତ-ସ୍ପେନ ମ୍ୟାଚ୍‌ ଖେଳାଯିବ। ଅମିତ୍‌ ରୋହିଦାସ ଭାରତୀୟ ହକି ଟିମ୍‌ରେ ଉପଅଧିନାୟକ ଅଛନ୍ତି। ତେବେ ହକି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Share