Categories: ଜାତୀୟ

ମୋଦି ସରକାରଙ୍କ ବଡ଼ ଘୋଷଣା: ଆସନ୍ତା ଦେଢ ବର୍ଷରେ ମିଳିବ ୧୦ ଲକ୍ଷ ଚାକିରି

ନୂଆଦିଲ୍ଲୀ,୧୪।୬: ମୋଦି ସରକାର ଲୋକଙ୍କୁ ଚାକିରି ଦେବା ଦିଗରେ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାର ଆସନ୍ତା ଦେଢ ବର୍ଷରେ ୧୦ ଲକ୍ଷ ଚାକିରି ଦେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି। ଆସନ୍ତା ଦେଢ ଼ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକ୍‌ରେ ପିଏମ୍‌ଓ ତରଫରୁ ଚାକିରି ଘୋଷଣା ଉପରେ ଟୁଇଟ୍‌ କରି ଏହାକୁ ଏକ ଆତ୍ମନିର୍ଭରଶୀଳ ଭାରତ ହେବା ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି।

Share