କୋଭିଡ୍‌ ଯୋଗୁ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ):କୋଭିଡ୍‌-୧୯ ଯୋଗୁ ରାଜ୍ୟକୁ ୧୦,୭,୩୩୦ଜଣ ଶ୍ରମିକ ଫେରି ଆସିଛନ୍ତି। ସେମାନଙ୍କ ଜୀବିକା ଉପାର୍ଜନ ପାଇଁ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ମାଧ୍ୟମରେ ରୋଜଗାର ସୁଯୋଗ ସୃଷ୍ଟି କରିବା ଲାଗି ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ କେତେ ଶ୍ରମିକ ପୁନର୍ବାର ନିଜର କର୍ମସ୍ଥଳୀକୁ ଫେରିଛନ୍ତି ତାହାର ତଥ୍ୟ ନାହିଁ। ବିଜେଡି ସଭ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏଥିସହିତ ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍‌-୧୯ ଆରମ୍ଭରେ ରାଜ୍ୟକୁ ୮ ଲକ୍ଷ ୬୩ ହଜାର ପ୍ରବାସୀ ଶ୍ରମିକ ଫେରିଛନ୍ତି। ସେମାନଙ୍କୁ ଆଣିବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଭଡ଼ା ବାବଦରେ ରାଜ୍ୟ ସରକାର ୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Share