୧୧ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୮ ।୯: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆରୋଗ୍ୟ ହାର ବି ଭଲ ରହିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ସୋମବାର ସୁଦ୍ଧା ଦେଶରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ କେବଳ ୧୧ ଦିନରେ ୧୦ ଲକ୍ଷ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ପୂର୍ବାପେକ୍ଷା ଏବେ ଦେଶରେ ସଂକ୍ରମିତଙ୍କ ଆରୋଗ୍ୟ ହାରରେ ଉନ୍ନତି ଘଟିଛି । ଏବେ ପ୍ରତିଦିନ ପାଖାପାଖି ୯୦ ହଜାର ରୋଗୀ ସୁସ୍ଥ ହୋଇଥିବା ଟୁଇଟ୍ କରି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ତେବେ ଉନ୍ନତ ସ୍ୱାସ୍ଥ୍ୟ ସେବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଆରୋଗ୍ୟ ହାର ବୃଦ୍ଧି ପାଇଥିବା କୁହାଯାଇଛି ।

Share