ବିଶ୍ୱକପ ୨୦୨୩ରେ ହେଲା ବଡ଼ ରେକର୍ଡ, ୧୦ ଲକ୍ଷ ଲୋକେ ଷ୍ଟାଡିୟମରେ ଆସି ଦେଖିଲେ ମ୍ୟାଚ୍

ନୂଆଦିଲ୍ଲୀ, ୧୧।୧୧: ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ରେ ଆଉ ଏକ ରେକର୍ଡ ପ୍ରତିଷ୍ଠା ହୋଇଛି। ବିଶ୍ୱକପରେ ବର୍ତ୍ତମାନ ଆଉ ସାତଟି ମ୍ୟାଚ୍ ବାକି ରହିଛି। ଏହା ପୂର୍ବରୁ ଷ୍ଟାଡିୟମରେ ଚଳିତ ବିଶ୍ୱକପରେ ଏକ ମିଲିୟନ ଅର୍ଥାତ ୧୦ ଲକ୍ଷ ଲୋକେ ଦେଖିଛନ୍ତି। ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ ଅହମଦାବାଦରେ ଖେଳାଯାଇଥିବା ଆଫଗାନିସ୍ଥାନ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚରେ ୧୦ ଲକ୍ଷ ପ୍ରଶଂସକ ଷ୍ଟାଡିୟମରେ ପ୍ରବେଶ କରିଥିଲେ।

ଏହି ଅବସରରେ ବିସିସିଆଇ ସଚିବ ଜୟ ଶାହା ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଗ୍ରୁପ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଭାରତ ଏହାର ଶେଷ ମ୍ୟାଚ୍ ୧୨ ନଭେମ୍ବରରେ ଖେଳିବ। ଏହାପରେ ୧୫ ନଭେମ୍ବରରେ ପ୍ରଥମ ସେମିଫାଇନାଲ ଏବଂ ୧୬ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଶେଷରେ ୧୯ ନଭେମ୍ବରକୁ ଫାଇନାଲ ଖେଳାଯିବ।

ଜୟ ଶାହା ଲେଖିଛନ୍ତି ”ଆମର ଲକ୍ଷ୍ୟ ଥିଲା କି ଏହି ବିଶ୍ୱକପକୁ ଏକ ବୃହତ ବିଶ୍ୱକପ କରିବା। ତେବେ ଏହା ଖୁସିର କଥା ଯେ ବର୍ତ୍ତମାନ ସୁଦ୍ଧା ଏହା ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଏଥିପାଇଁ ମୁଁ ସମସ୍ତ ଆୟୋଜକଙ୍କ ଶୁଭେଚ୍ଛା ଜଣାଉଛି। ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପ୍ରବେଶ କରୁଛି, ତେବେ ଏହି ଟୁର୍ଣ୍ଣାମେଣ୍ଟର ଶେଷ ସୁଦ୍ଧା ଏହାକୁ ଐତିହାସିକ ସମସ୍ତ ଚେଷ୍ଟା କରିବା।”

Share