Categories: ଜାତୀୟ

ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ

ଅହମ୍ମଦାବାଦ, ୧୨।୮: ଗୁଜରାଟର ଅହମ୍ମଦାବାଦ ଜିଲା ବାଭଲା- ବଗୋଦରା ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଶିଶୁ, ୫ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ଖେଡ଼ା ଜିଲା କାପଡ଼ଓ୍ବଞ୍ଜ ଅଞ୍ଚଳର ୨୩ ଜଣଯାତ୍ରୀ ଏକ ମିନିଟ୍ରକ୍‌ ଯୋଗେ ଯାଉଥିଲେ। ରାସ୍ତାରେ ଟାୟାର ପଙ୍କ୍‌ଚର ଯୋଗୁ ଅଟକି ରହିଥିବା ଟ୍ରକକୁ ମିନିଟ୍ରକ୍‌ଟି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share