କୋଭିଶିଲ୍ଡର ୨ ଡୋଜ୍‌ର ସମୟ ସୀମା ୧୦ ମାସ ରହିଲେ ମିଳିବ ଅଧିକ ସୁଫଳ…

ଲଣ୍ଡନ,୨୯।୬: ଭାରତରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଶିଲ୍ଡ ଭାକ୍ସିନ୍‌ର ୨ ଡୋଜ୍‌ ମଧ୍ୟରେ ସମୟ ସୀମା ୧୦ ମାସ ରହିଲେ ଅଧିକ ସୁଫଳ ମିଳିବ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଦର୍ଶାଯାଇଛି। ସମ୍ପ୍ରତି ଭାରତରେ କୋଭିଶିଲ୍ଡ୍‌ର ୨ ଡୋଜ୍‌ ମଧ୍ୟରେ ସମୟ ସୀମା ୧୨ରୁ ୧୬ ସପ୍ତାହ ରଖାଯାଇଛି। ସେହିପରି କୋଭିଶିଲ୍ଡର ତୃତୀୟ ବୁଷ୍ଟର ନେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସୃଷ୍ଟି ହେବ। ତୃତୀୟ ଡୋଜ୍‌ ଦ୍ୱିତୀୟ ଡୋଜ୍‌ର ୬ ମାସ ପରେ ନିଆଗଲେ ସୁଫଳ ମିଳିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share