ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଦୁଇ ଜିଲାକୁ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ରବିବାର ଭଦ୍ରକର ଜଣେ ୭୫ ବର୍ଷୀୟ ବୃଦ୍ଧା, ଭୁବନେଶ୍ୱରର ୩୨ ବର୍ଷର ଜଣେ ମହିଳା, ୫୫ ବର୍ଷୀୟ ବ୍ୟକ୍ତି, ବଲାଙ୍ଗୀରର ୬୨ ବର୍ଷୀୟ ବୃଦ୍ଧ, କଟକର ୬୦ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୬୭ ବର୍ଷୀୟ ବୃଦ୍ଧ, ୫୫ ବର୍ଷୀୟ ବ୍ୟକ୍ତି, ଯାଜପୁରର ୬୦ ବର୍ଷୀୟ ବ୍ୟକ୍ତି, କଳାହାଣ୍ଡିର ୫୯ ବର୍ଷୀୟ ବ୍ୟକ୍ତି, ସୋନପୁରର ୪୫ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୂର୍ବାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି। ତେବେ ପ୍ରଥମ ଥର ପାଇଁ ବଲାଙ୍ଗୀର ଏବଂ ସୋନପୁରରୁ ଜଣେ ଲେଖାଏ ମୃତ ହୋଇଥିବା ନେଇ ଜଣାପଡ଼ିଛି।

Share