ରାଜ୍ୟରେ ୪୦୦ ଟପିଲା ମୃତ୍ୟୁ ସଂଖ୍ୟା: ଆଉ ପୁଣି ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବଲାଙ୍ଗୀରର ୪୭ ବର୍ଷୀୟ ବ୍ୟକ୍ତି, କଟକର ୮୭ ବର୍ଷୀୟା ବୃଦ୍ଧା ଓ ୭୫ ବର୍ଷୀୟ ବୃଦ୍ଧ, ଗଜପତିର ୪୫ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ୬୦ ବର୍ଷୀୟ ବୃଦ୍ଧ, ୬୧ ବର୍ଷୀୟ ବୃଦ୍ଧ ଏବଂ ୭୦ ବର୍ଷୀୟ ବୃଦ୍ଧ, ନୟାଗଡ଼ ଜିଲାର ୫୮ ବର୍ଷୀୟ ବ୍ୟକ୍ତି, ରାୟଗଡ଼ାର ୫୬ ବର୍ଷୀୟ ବ୍ୟକ୍ତି ଓ ୪୫ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୦୯କୁ ବୃଦ୍ଧି ପାଇଛି।

Share