Categories: ଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ଝଟକା, ଦଳ ଛାଡିବେ ୧୦ ଏମ୍‌ପି

ଲକ୍ଷ୍ନୌ,୨୩।୨: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୧୦ ଜଣ ଏମ୍‌ପି ବିଏସପି ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ସୂଚନାନୁସାରେ – ସେଥିମଧ୍ୟରୁ ୪ ଜଣ ଏମ୍‌ପି ଭାଜପା ସହ ଯୋଗାଯୋଗରେ ଥିବା ବେଳେ ୩ ଏମ୍‌ପି କଂଗ୍ରେସ ଏବଂ ୩ ଏମ୍‌ପି ସମାଜବାଦୀ ପାର୍ଟି ସହ ଯୋଗାଯୋଗରେ ଅଛନ୍ତି। ଯଦି ଆମେ ଉମରୋହାର ବିଏସପି ଏମ୍‌ପି ଦାନିଶ ଅଲିଙ୍କ ବିଷୟରେ କହିବା, ତେବେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ସମର୍ଥନ ମିଳିସାରିଛି ଏବଂ କଂଗ୍ରେସ ମଧ୍ୟ ଉମରୋହାରୁ ତାଙ୍କୁ ଟିକେଟ ଦେବାକୁ ଯାଉଛି। ତେଣୁ ଏଭଳି ପରିସ୍ଥିତିରେ ମାୟାବତୀଙ୍କୁ ବଡ଼ ଝଟକା ଲାଗିପାରେ।

Share