Advertisement

ଆମପାଣି ବ୍ଲକ ଦାବିରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତର ପ୍ରତିନିଧି, ପ୍ରଶାସନକୁ ଦାବି ଜଣାଇବା ପାଇଁ ନେଲେ ନିଷ୍ପତ୍ତି

କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଥିବା ନେଇ ରାଜସ୍ବ ମନ୍ତ୍ରୀଙ୍କ ଗଣମାଧ୍ୟମରେ କହିବା ପରେ ବିଭିନ୍ନ ଜିଲାରେ ବ୍ଲକ ଦାବି ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ କରି ବ୍ଲକ ଦାବିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଧାନମଣ୍ଡିରେ ଆମପାଣିକୁ ବ୍ଲକ ଦାବି ନେଇ ୧୦ଟି ପଞ୍ଚାୟତର ପ୍ରତିନିଧିମାନେ ମେଳି ବାନ୍ଧି ପ୍ରସ୍ତୁତି ବୈଠକରେ କୋକସରା ବ୍ଲକରୁ ଆମପାଣି ପଞ୍ଚାୟତ ସଦରମହକୁମାକୁ ଏକ ନୂତନ ବ୍ଲକ ଘୋଷଣା ଦାବିରେ ଅଞ୍ଚଳବାସୀ ଦାବି କରିଛନ୍ତି। ଆମପାଣି ବ୍ଲକ ପାଇଁ କୋକସରାର ଆମପାଣି, ବଡ଼ ପୋ ଡୁଡୁକାଠେଙ୍ଗା, ମହିମା, ବରାଡ଼ଙ୍ଗା, କାଉଡୋଳା, ଗୋତମୁଣ୍ଡା, ସାନ ପୋ ଜୟପାଟଣା ବ୍ଲକର ବଡ଼ ପୁଝାରିଗୁଡା ଓ ଉଛୁଲା ଏଭଳି ୧୦ ପଞ୍ଚାୟତକୁ ନେଇ ନୂତନ ଆମପାଣି ବ୍ଲକ ଦାବି କରାଯାଇଛି। ଅନୁଷ୍ଠିତ ବୈଠକରେ ଯୁବ ଆଦିବାସୀ ନେତା ଋତୁରାଜ ମାଝୀଙ୍କ ସଭାପତିତ୍ୱରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ବଡ଼ ପୋ ଯମୁନା ନାଏକ, ବରାଡ଼ଙ୍ଗା ସରପଞ୍ଚ ନିରୂପମା ସେଠି, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, ଆଇନଜୀବୀ ମନୋଜ ନାଏକ, ବିଭିନ୍ନ ପଞ୍ଚାୟତର ସଚେତନ ନାଗରିକ ବନମାଳୀ ବାଗ, ଚକ୍ରଧର ନାଏକ
ଅର୍ଜୁନ ଅଗ୍ରୱାଲ, ଖଗେଶ୍ୱର ପାଣିଗ୍ରାହୀ, ବିରେନ୍ଦ୍ର କନ୍ଧ, ଧନୁ ଦୁର୍ଗା, ପ୍ରଦୀପ ସାହୁ, ପୂର୍ବତନ ସରପଞ୍ଚ ଆମପାଣି ଟିକିଚନ୍ଦ୍ର ଧ.ମାଝୀ, ଧନୁ ଦୁର୍ଗା, ସୁଧୀର ପୁଝାରି, ଧର୍ମାନନ୍ଦ ନାଏକ, ବୈଷ୍ଣବ ମାଝୀ, ପୂର୍ବତନ ସରପଞ୍ଚ ମହିମା କ୍ଷେତୁରାମ ପାତ୍ର, ଧାନଫୁଲ ମାଝୀ, କୁମୁଦ ଚନ୍ଦ୍ର ପୁଝାରି, ହରିଶ୍ଚନ୍ଦ୍ର ନାଏକ, ତୁଲାରାମ ନାଏକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ବ୍ଲକ ଦାବି ନେଇ ଉପଜିଲାପାଳ, ଜିଲାପାଳ ଓ ଭୁବନେଶ୍ୱର ବିଧାନସଭାରେ ମଧ୍ୟ ବ୍ଲକ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦାବିପତ୍ର ପ୍ରଦାନ କରାଯିବା ସହ ବ୍ଲକ ଦାବିକୁ କ୍ରିୟାଶୀଳ କରିବା ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। କାର୍ଯ୍ୟକ୍ରମକୁ ମଞ୍ଚ ସଂଯୋଜନା ବିଘ୍ନେଶ୍ବର ନାଏକ ପରିଚାଳନା କରିଥିଲେ। ଆମପାଣି ବ୍ଲକ ଗଠନ ଦାବି କମିଟିର ସଦସ୍ୟ ଯୁବକ ସୁରେଶ ସାହୁ, ବିଜୟ ପଣ୍ଡା, ନାଗେଶ୍ୱର ମହାପାତ୍ର, ବିନୋଦ ସିଂ, କେଶବ ବେନୁପାଣି, ଅଜୟ ପଣ୍ଡା, ତାପସ ରାୟ ସମେତ ୧୦ ପଞ୍ଚାୟତର ଶତାଧିକ ପ୍ରତିନିଧି ଉପସ୍ଥିତ ରହି ଦାବିକୁ ଯଥାର୍ଥ କହିବା ସହ ନୂତନ ବ୍ଲକ ଗଠନ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ଆର୍ଥିକ, ସାମାଜିକ, ବ୍ୟବସାୟିକ ଉନ୍ନତି ହେବ ବୋଳି ମତ ପ୍ରକାଶ କରିଛନ୍ତି।