ଜାହାଜରେ ନିଆଁ : ୧୦ ନିଖୋଜ

ଅଥେନ୍ସ,୧୯।୨: ଗ୍ରୀସ୍‌ରୁ ଇଟାଲି ଅଭିମୁଖେ ଆସୁଥିବା ୟୁରୋଫେରି ଅଲିମ୍ପିଆ ଜାହଜରେ ଶୁକ୍ରବାର ନିଆଁ ଲାଗିଯାଇଛି। ଫେରିରୁ ଶତାଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ଗ୍ରୀସ୍‌ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ୨୯୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଜାହାଜରେ ଅଧିକାଂଶ ଇଟାଲିଆନ୍‌ ଯାତ୍ରୀ ଥିଲେ। ଉଦ୍ଧାର କାର୍ଯ୍ୟ ଶେଷ ହେଲା ବେଳକୁ ଜଣାପଡିଥିଲା ଯେ, ଫେରିରେ ଆଉ ଦୁଇଜଣ ଯାତ୍ରୀ ଫସି ରହିଛନ୍ତି। ସୁପର ପୁମା ହେଲିକପ୍ଟର ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏ ପ୍ରକାର ଆକସ୍ମିକ ଦୁର୍ଘଟଣା ପରେ ପାଖାପାଖି ୧୦ ଜଣ ନିଖୋଜ ଥିବା କୁହାଯାଉଛି। ସେମାନଙ୍କ ଉଦ୍ଧାର ପାଇଁ ଅପରେଶନ୍‌ ଜାରି ଥିବା କହିଛିକୋଷ୍ଟଗାର୍ଡ। ଇଟାଲିର ୟୁରୋଫେରି ଅଲିମ୍ପିଆ ଗ୍ରୀସ୍‌ର ସର୍ବବୃହତ ବନ୍ଦର ଇଗୋଉମେନିଟସରୁ ଶୁକ୍ରବାର ବାହାରିଥିଲା। ଫେରିରେ ନିଆଁ ଲାଗିବାର କାରଣ ବର୍ତ୍ତମାନ ଅସ୍ପଷ୍ଟ ଥିବାବେଳେ ଜାହାଜରେ ସ୍ପିକରରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

Share