Categories: ଜାତୀୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଦିସପୁର,୧୧।୧୧: କାରିମଙ୍ଗଜ ଜିଲା ଆସାମ-ତ୍ରିପୁରା ଜାତୀୟ ରାଜପଥ ନଂ-୮ ରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଟୋ ରିକ୍ସା ଓ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଶିଶୁ ଏବଂ ମହିଳା ଥିବା ଜଣାପଡିଛି।

ସୂଚନାନୁସାରେ, ସମସ୍ତ ଯାତ୍ରୀ ଆଜି ସକାଳେ ଛଠ୍‌ ପୂଜା ସାରି ନିଜ ଘରକୁ ଫେରୁଥିଲେ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Share