Categories: ଜାତୀୟ

ଡିଜେ ଜେନେରେଟରରୁ ଲାଗିଲା କରେଣ୍ଟ: ୧୦ କାଉଡିଆ ମୃତ

କୋଲକାତା,୧ ।୮: ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଜଳଲାଗି କରିବାକୁ ଯାଉଥିବା ୧୦ ଶିବଭକ୍ତ(କାଉଡିଆ)ଙ୍କର କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଶ୍ରାବଣ ସୋମବାରରେ ଶିବଙ୍କୁ ଜଳଲାଗି କରିବାକୁ କାଉଡିଆମାନେ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ଯାଉଥିବା ଗାଡିରେ ଡିଜେ ଲାଗାଯିବା ସହ ଜେନେରେଟର ଲଗାଯାଇଥିଲା । ଜେନେରେଟର ପାୱାରରେ ସର୍ଟ ସର୍କିଟ ହେବାରୁ ଗାଡିରେ କରେଣ୍ଟ ଆସିଯାଇଥିଲା । ଫଳରେ ପିକଅପରେ ଥିବା ଯାତ୍ରୀଙ୍କୁ କରେଣ୍ଟ ଲାଗିଥିଲା । ଏଥିରେ ଥିବା ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ୧୬ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି ।
ଏଏନଆଇର ରିପୋର୍ଟ ଅନୁଯାୟୀ, ପିକଅପରେ ୨୭ଜଣ ଯାତ୍ରା କରୁଥିଲେ । ୧୬ ଆହତଙ୍କୁ ଜଲପାଇଗୁଡି ହସ୍ପିଟାଲକୁ ରେଫର କରି ଦିଆଯାଇଛି । ପୋଲିସର ସୂଚନା ଅନୁଯାୟୀ, ପିକଅପରେ କରେଣ୍ଟ ଆସିଯିବାରୁ ଏହି ଦୁର୍ଘଟଣା ହୋଇଛି ।

Share