ହାଇଦ୍ରାବାଦ,୨୫।୧୦: ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିଲେ ସୁଦ୍ଧା ନିୟମ ଉଲ୍ଲଙ୍ଘନ କରି ଅନେକ ସହରରେ ଲୋକେ ବାଣ ଫୁଟାଇଥିଲେ। ଇତି ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି। ବାଣ ଫୁଟାଇ ଜଣେ ନାବାଳକ ସହ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣାରେ ନାବାଳକର ଆଖି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏଥିସହ ୩ ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।