ଭୁବନେଶ୍ୱର,୨୭।୭: ରାଜ୍ୟ ସରକାର ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ କରିଛନ୍ତି। ତେବେ ଏ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବ। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ ଘୋଷଣା କେମିତି କଲେ, ଏହା ସମ୍ବିଧାନ ବିରୋଧୀ। ପୋଲିସ ବିଭାଗରେ ପ୍ରତିବର୍ଷ ୨ ରୁ ୩ ହଜାର କନଷ୍ଟେବଳ ପଦବୀ ପୂରଣ ହୁଏ।ମାତ୍ର ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କେମିତି କଲେ ବୋଲି ତାରା ବାହିନୀପତି ପ୍ରଶ୍ନ କରିଛନ୍ତି । ସେହିଭଳି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଧାନସଭା ବାହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏ ନେଇ କ୍ଷମା ମାଗିବା ଉଚିତ ବୋଲିି ନରସିଂହ ଦାବି କରିଛନ୍ତି।