୧୦ଡିଗ୍ରୀ ତଳେ ୧୦ସ୍ଥାନ

ଭୁବନେଶ୍ୱର, ୧୫।୧(ଅସମାପିକା ସାହୁ): ରାଜ୍ୟରେ ଏବେ କୁହୁଡ଼ି କମିଯାଇଥିବାବେଳେ ଥଣ୍ଡା ଅନୁଭୂତ ହେଉଛି। ରବିବାର ୧୦ଟି ସ୍ଥାନରେ ୧୦ଡିଗ୍ରୀ ତଳେ ପାରଦ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରବିବାର କିରେଇରେ ସର୍ବନିମ୍ନ ୭.୩ ଡିଗ୍ରୀ ତାପମାତ୍ରା ଥିବାବେଳେ ଜି ଉଦୟଗିରିରେ ୮, ରାଉରକେଲା ୮.୭, କୋରାପୁଟ ୮.୯, ସୁନ୍ଦରଗଡ଼ ୯, ଝାରସୁଗୁଡ଼ା ୯.୩, ଫୁଲବାଣୀ ୯.୫, ରାଣୀତାଲ ୯.୫, ସିମିଳିଗୁଡ଼ା ୯.୫ ଓ କେନ୍ଦୁଝରଗଡ଼ରେ ୯.୬ ଡିଗ୍ରୀ ରହିଥିଲା। ସେହିଭଳି ଅନୁଗୋଳରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୫ଦିନ ଭିତରେ ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ଜିଲାରେ ସ୍ବଳ୍ପ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ତେବେ ୧୭ ଓ ୧୮ତାରିଖରେ କିଛି ଜିଲାରେ ବର୍ଷା ହେବାର ଆଶଙ୍କା ରହିଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି। ୧୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ ଓ ୧୮ରେ ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Share