Categories: ଜାତୀୟ

ରେଷ୍ଟୁରାଣ୍ଟର ୧୦ ଷ୍ଟାଫ୍‌ କରୋନା ପଜିଟିଭ୍‌: ବଢିଲା ଚିନ୍ତା

ମୁମ୍ବାଇ,୫।୩: ଦେଶର ଆର୍ଥିିକ ରାଜଧାନୀ ମୁମ୍ବାଇ କରୋନା ଗ୍ରାଫ୍‌ ବଢିବାରେ ଲାଗିଛି। ଏବେ ମୁମ୍ବାଇର ଏକ ପ୍ରସିଦ୍ଧ ରାଧାକୃଷ୍ଣ ରେଷ୍ଟୁରାଣ୍ଟର ୧୦ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ରେଷ୍ଟୁରାଣ୍ଟକୁ ୨ ଦିନ ପାଇଁ ବନ୍ଦ କରିଦିଆଯାଇଥିବା ବିଏମ୍‌ସି ସୂଚନା ଦେଇଛି। ଏହି ରେଷ୍ଟୁରାଣ୍ଟକୁ ଆସିଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛିଦିନ ହେବ ମୁମ୍ବାଇରେ ଏକ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଏବେ ମୁମ୍ବାଇରେ କରୋନା ସକ୍ରିୟ ମାମଲା ୧୦୪୫୨ ରହିଛି।

Share