୭ ପରିବାରର ଜଳିଗଲା ୧୦ ବଖରା, ଅଧଘଣ୍ଟାରେ ସବୁ ପୋଡ଼ି ଛାରଖାର

ଭଞ୍ଜନଗର,୧୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅପରାହ୍ନ ପ୍ରାୟ ୨ଟାରେ ନିଆଁ ଲାଗିଯାଇଥିଲା। ଫଳରେ ଚାହୁଁ ଚାହୁଁ ୭ଟି ପରିବାରର ୧୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ କେଉଁଭଳି ପରିସ୍ଥିତିରେ ଲାଗିଲା ତାହା ସଠିକ୍‌ ଭାବେ ଜଣାପଡ଼ିନାହିଁ। କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ହେଲେ ବାବୁଲା ମଲ୍ଲିକ, ଗୁନା ମଲ୍ଲିକ, ନାନ୍ଦୁଲୁ ମଲ୍ଲିକ, ସବିତା ମଲ୍ଲିକ, ବିଳାସ ମଲ୍ଲିକ, ଉରି ମଲ୍ଲିକ ଓ ମୁନା ମଲ୍ଲିକ । କ୍ଷତିଗ୍ରସ୍ତ ପରିବାର ଗୁଡ଼ିକ ଆଦିବାସୀ ଏବଂ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାମାଜିକ କର୍ମୀ ଜିତେନ୍ଦ୍ର କୁମାର ସେଠୀ ନିବେଦନ କରିଛନ୍ତି।

ଅପରପକ୍ଷେ ଅଗ୍ନିକାଣ୍ଡ ସମ୍ପର୍କରେ ଭଞ୍ଜନଗର ଦମକଳବାହିନୀକୁ ଗ୍ରାମବାସୀ ସୂଚନା ଦେଇଥିଲେ। କିନ୍ତୁ ଭଞ୍ଜନଗରଠାରୁ ପ୍ରାୟ ୩୦ କିମି ଦୂରରେ ଉକ୍ତ ଗ୍ରାମଟି ଥିବା ଯୋଗୁ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଅନ୍ୟପଟେ ଉକ୍ତ ଗ୍ରାମ ନିକଟରେ ନିଆଁ ଲିଭାଇବା ପାଇଁ ପାଣି ମଧ୍ୟ ଅଭାବ ଥିଲା।

ଘଟଣାରୁ ପ୍ରକାଶ ଯେ, ଗ୍ରାମର ପୁରୁଷ ଲୋକେ ଦିନ ବେଳେ କାମ କରିବାକୁ ବାହାରକୁ ଚାଲି ଯାଇଥିଲେ। ମହିଳା ଏବଂ ଶିଶୁମାନେ ଘରେ ଥିଲେ। ଏହିଭଳି ପରିସ୍ଥିତିରେ ହଠାତ୍‌ କାହାରି ଘରୁ ନିଆଁ ବାହାରିଥିଲା। ପ୍ରବଳ ତାତି ସାଙ୍ଗକୁ ପବନ ବହିବା ଯୋଗୁ ଅଧଘଣ୍ଟା ମଧ୍ୟରେ ସବୁ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। କିନ୍ତୁ ଏହି ସମୟରେ ଘରେ ଥିବା ମହିଳା ଓ ଶିଶୁମାନେ ନିଆଁ ଲାଗୁ ଲାଗୁ ଜାଣିପାରି ସମସ୍ତେ ଘରୁ ବାହାରକୁ ଚାଲି ଆସିବା ଯୋଗୁ ରକ୍ଷା ପାଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri