ପ୍ରଥମ ନୀଳାଚଳ ଅବଢ଼ା ବାହାରିଲା

ପୁରୀ ଅଫିସ,୨୫।୭: ମହାବାହୁଙ୍କ ପ୍ରଥମ ନୀଳାଚଳ ଅବଢ଼ା ଶନିବାର ବାହାରିଛି। ଏଥର ପାଖାପାଖି ୧୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅବଢ଼ା ପ୍ରସ୍ତୁତ ହୋଇଥିଲା। ସାଧାରଣତଃ ନୀଳାଚଳ ଅବଢ଼ା ସେବାୟତ ପରିବାରର ସମସ୍ତ ସଦସ୍ୟ ସେବନ କରିଥାନ୍ତି। ପାଖାପାଖି ୪ ହଜାର ସେବାୟତ ପରିବାର ସଦସ୍ୟଙ୍କ ଉଦ୍ଦେଶ୍ୟରେ ନୀଳାଚଳ ଅବଢ଼ା ଶ୍ରୀମନ୍ଦିରରୁ ଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଉତ୍ତରଦ୍ୱାର ଦେଇ ଅବଢ଼ା ନେଇଥିଲେ। ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥିବାରୁ ଅବଢ଼ା ନିଅଣ୍ଟ ପଡ଼ିଥିଲା।
ପୁରୀବାସୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ରଥଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ। ଆଡ଼ପ ଅବଢ଼ା ବେଳେ ମଧ୍ୟ ସହରରେ କର୍ଫ୍ୟୁ ଲାଗିଥିଲା। ଯଦିଓ ଶ୍ରଦ୍ଧାଳୁଙ୍କୁ ଅବଢ଼ା ନେବାକୁ ଅନୁମତି ଥିଲା ତଥାପି ଅଧିକାଂଶ ଲୋକେ ଆଡ଼ପ ମହାପ୍ରସାଦରୁ ବଞ୍ଚିତ ହୋଇଥିଲେ। ଶନିବାର ସକାଳ ଧୂପରେ ମହାପ୍ରଭୁଙ୍କର ରାଜଭୋଗ ବାହାରିଥିଲା। ରାଜଭୋଗରେ ଖେଚୁଡ଼ି, ମିଷ୍ଟାନ୍ନ, ସରାପିଠା, ଏଣ୍ଡୁରି, କାନ୍ତିପିଠା, କଦଳୀ ଭଜା, ଝିଲ୍ଲୀ ଇତ୍ୟାଦି ଭୋଗ ହୋଇଥିଲା। ଶ୍ରୀମନ୍ଦିର ସେବାୟତମାନେ ରାଜଭୋଗ ସେବନ କରିଥିବା ବେଳେ ମଧ୍ୟାହ୍ନ ଧୂପରେ ଅପରାହ୍ନ ୪ଟାରେ ନୀଳାଚଳ ଅବଢ଼ା ବାହାରିଥିବା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି। ନୀଳାଚଳ ଅବଢ଼ା ନେବା ପାଇଁ ଅସଂଖ୍ୟ ଶ୍ରଦ୍ଧାଳୁ ଆସିଥିବାବେଳେ ଟୋକନ କାଟି ମହାପ୍ରସାଦ ନେଇଥିଲେ। ଶ୍ରଦ୍ଧାଳୁମାନେ ଅବଢ଼ା ସେବନ କରିବା ପରେ ଅନେକେ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରିବାର ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ନୀତିକାନ୍ତି ଠିକ୍‌ ଭାବେ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ସେବାୟତ ଶରତଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ ହୋଇଛି। ଗତବର୍ଷ ମହାପ୍ରଭୁଙ୍କ ନୀଳାଚଳ ଅବଢ଼ା ବାହାରିବା ବେଳକୁ ରାତ୍ର ୯ଟା ପାଖାପାଖି ହୋଇଯାଇଥିଲା। ଚଳିତ ବର୍ଷ ଭକ୍ତମାନେ ଅପରାହ୍ନ ୪ଟାରେ ମହାପ୍ରସାଦ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗା ଦର୍ଶନ ସୌଭାଗ୍ୟର ଦିନ କହିଲେ ଜୟଶଙ୍କର

ପୁରୀ,୭।୧: ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ଜଗାଙ୍କୁ ଦର୍ଶନ ପରେ ଆଜି ବହୁତ ବଡ଼ ସୌଭାଗ୍ୟର ଦିନ ବୋଲି...

ଏଣିକି ନିଜ ପାଇଁ ନିଜେ ଲଢ଼ି ଶିଖିବେ ଝିଅ

ଜି.ଉଦୟଗିରି ୭।୧(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ଆଠ ଦିନିଆ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛ। ଅନୁଷ୍ଠାନର...

ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ: ପ୍ରବଳ ଜନସମାଗମ

ଦେଓଗାଁ, ୭।୧(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ କୁଳୁତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡ଼ା ଓ କୁମୁରିଆ ବଡ ଖଳା ଓ ସାନଖଳାରେ ଜିଲାର...

ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ପାପଡାହାଣ୍ଡି,୭।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ବରୱାଡା ଗ୍ରାମରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ...

ବଲେବଲେ ଢାବାକୁ ନେଇ ପୁଣି ରାଜନୀତି:ବିଜେଡି-ଭାଜପା ମୁହାଁମୁହିଁ

କାଏମା,୭ା୧(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀର ଧର୍ମଶାଳା ଭବନ ପରିସରରେ ଥିବା ବହୁ ଚର୍ଚ୍ଚିତ ବଲେବଲେ ଢାବାକୁ ନେଇ ପୁଣି ରାଜନୈତିକ ଝଡ଼...

ପ୍ରେମ ପ୍ରତାରଣାରୁ ୩୦ଫୁଟ ତଳକୁ ଡେଇଁଲେ ଯୁବକ:ଆଉ ତା’ପରେ…

ପାଟଣା,୭ା୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀ ପୋଲ ଉପରୁ ୩୦ଫୁଟ ତଳକୁ ଡେଇଁ ଜଣେ କଲେଜ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପାଣିରେ...

ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼: ପ୍ରାକୃତିକ ସୌନ୍ଦର୍ଯ୍ୟର ନେଉଛନ୍ତି ମଜା

ଭୁବନେଶ୍ୱର,୭।୧: କାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏନେଇ ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼ । ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା...

କୋରାପୁଟ ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୮,୯୪୬ ନୂତନ ଭୋଟର

କୋରାପୁଟ,୭/୧(ଅମିତାଭ ବେହେରା)- କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫କୁ ନେଇ ଏକ ଖବରଦାତା ସମ୍ମିଳନୀ କରାଯାଇ ଜିଲାର ଚୂଡ଼ାନ୍ତ ଭୋଟର ତାଲିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri